ଦେଶ ଛାଡ଼ି ଯିବା ପରେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ଘରେ ପଶି ଯାହା ପାରିଲେ ଲୁଟି ନେଇ ଚାଲିଗଲେ

Advertisment
ଦେଶ ଛାଡ଼ି ଯିବା ପରେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ଘରେ ପଶି ଯାହା ପାରିଲେ ଲୁଟି ନେଇ ଚାଲିଗଲେ

ଢାକା/ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଉଗ୍ର ରୂପ ନେଇଛି। ସେନାବାହିନୀର ୪୫ ମିନିଟିଆ ‘ଅନ୍ତିମ ଚେତାବନୀ’ ପରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦେଶ ଛାଡ଼ି ପଳାଇଛନ୍ତି।

ବାଂଲାଦେଶ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବାରୁ ଭାରତ-ବାଂଲାଦେଶ ସୀମାନ୍ତରେ ଭାରତୀୟ ସୀମା ସୁରକ୍ଷାବଳ ପକ୍ଷରୁ ‘ହାଇ ଆଲର୍ଟ’ ଜାରି କରାଯାଇଛି। ଏହି ହିଂସା ପରିସ୍ଥିତି ମଧ୍ୟରେ ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା ଆରମ୍ଭ କରି ଦେଇଥି‌ଲେ।

ଏଥିମଧ୍ୟରୁ କିଛି ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ଯାହା ପାରିଥିଲେ ଲୁଟି ନେଇ ଯାଇଥିଲେ। ଏହି ଲୁଟର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।  ଯେଉଁଥିରେ ଆନ୍ଦୋଳନକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଶେଖ୍‌ ହସିନାଙ୍କ ଶାଢ଼ି ସମେତ ତାଙ୍କ ଘରେ ସଜା ଯାଇଥିବା ବିଭିନ୍ନ ସାମଗ୍ରୀ, ବ୍ୟାଗ, ଆଟାଜି ଓ ଟୋଲିଫୋନ ଆଦିକୁ ଧରି ନିଜ ଘର ଅଭିମୁଖେ ଦୌଡ଼ିଥିଲେ। ଲୁଟରେ ସାମିଲ ଥିବା ପ୍ରତିଟି ଆନ୍ଦୋଳନକାରୀଙ୍କ ହାତରେ କିଛି ନା କିଛି ସାମଗ୍ରୀ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।

Photo Credit-stockx.com/@pooja_news

ପ୍ରଧାନମନ୍ତ୍ରୀ ଦେଶ ଛାଡ଼ିବା ପରେ ଦେଶର ଶାସନ ଭାର ସେନାବାହିନୀ ନିଜ ହାତକୁ ନେଇଛି। ଖୁବ୍‌ଶୀଘ୍ର ଅନ୍ତରୀଣ ସରକାର ଗଠନ ହେବ ବୋଲି ସେନାବାହିନୀ ଘୋଷଣା କରିଛି। ବାଂଲାଦେଶ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବାରୁ ଭାରତ-ବାଂଲାଦେଶ ସୀମାନ୍ତରେ ଭାରତୀୟ ସୀମା ସୁରକ୍ଷାବଳ ପକ୍ଷରୁ ‘ହାଇ ଆଲର୍ଟ’ ଜାରି କରାଯାଇଛି। ବାଂଲାଦେଶକୁ ସମସ୍ତ ଟ୍ରେନ୍‌ ଓ ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe