ପମ୍ପିଓ ଏବଂ ଟ୍ରମ୍ପ୍‌ଙ୍କ ଅନ୍ୟ ୨୭ଜଣ ଅଧିକାରୀଙ୍କ ପ୍ରତି କଟକଣା ଜାରି କଲା ଚୀନ୍‌

Advertisment
ପମ୍ପିଓ ଏବଂ ଟ୍ରମ୍ପ୍‌ଙ୍କ ଅନ୍ୟ ୨୭ଜଣ ଅଧିକାରୀଙ୍କ ପ୍ରତି କଟକଣା ଜାରି କଲା ଚୀନ୍‌

Image Courtesy of Zee News

ବେଜିଙ୍ଗ୍‌: ଚୀନ୍‌ ବିରୋଧରେ ଘୃଣା ମନୋଭାବ ପୋଷଣ କରିବା ସହ ତା’ର ସ୍ୱାର୍ଥରେ ବାଧା ସୃଷ୍ଟି କରିବାକୁ ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ କରି ଚୀନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ବିଦାୟୀ ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଏବଂ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପ୍ରଶାସନର ଅନ୍ୟ ୨୭ଜଣ ଶୀର୍ଷସ୍ତରୀୟ ଅଧିକାରୀଙ୍କ ପ୍ରତି କଟକଣା ଜାରି କରିଛି।

ଓ୍ଵାସିଂଟନ୍‌ରେ ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଶପଥ ନେବା ପରେ ଚୀନ୍‌ ଏହି ଘୋଷଣା କରିଛି। ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନ୍‌ୟିଙ୍ଗ୍‌ ଏ କଥାକୁ ସୁନିଶ୍ଚିତ କରିଛନ୍ତି।

publive-image Image Courtesy of The Edge Market

ମାଇକ୍‌ ପମ୍ପିଓଙ୍କ ସମେତ ଚୀନ୍‌ କଟକଣା ଜାରି କରିଥିବା ଅନ୍ୟ ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି, ପିଟର୍‌ ନେଭାରୋ, ରବର୍ଟ ଓ’ବ୍ରିଏନ୍‌, ଡେଭିଡ୍‌ ଆର୍‌ ଷ୍ଟିଲ୍‌େଓ୍ଵଲ୍‌, ମାଥ୍ୟୁ ପଟିଙ୍ଗ୍‌ର୍‌, ଆଲେକ୍ସ ଅଜାର୍‌, କିଥ୍‌ ଜେ. କ୍ରାଚ୍‌, କେଲି କ୍ରାଫ୍‌ଟ୍‌ ଏବଂ ଷ୍ଟିଫେନ୍‌ କେ. ବାନନ୍‌ ବୋଲି ଚୀନ୍‌ର ରାଷ୍ଟ୍ରାୟତ ସମ୍ବାଦ ଏଜେନ୍‌ସି ‘ଚିହୁଆ’ ରିପୋର୍ଟ କରିଛି।

ଚୀନ୍‌ ସମ୍ବନ୍ଧୀୟ ଘଟଣାବଳୀ ଉପରେ ଆମେରିକା ଗ୍ରହଣ କରିଥିବା ବିଚିତ୍ର ପଦକ୍ଷେପଗୁଡ଼ିକ ନିମନ୍ତେ ମୁଖ୍ୟତଃ ଉପରୋକ୍ତ ବ୍ୟକ୍ତିମାନେ ଦାୟୀ ବୋଲି ମୁଖପାତ୍ରଜଣକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉପରୋକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଚୀନ୍‌ର ମେନ୍‌ଲ୍ୟାଣ୍ଡ୍‌, ହଙ୍ଗ୍‌କଙ୍ଗ୍‌ ଏବଂ ମାକାଓକୁ ଆସିବାକୁ ଅନୁମତି ମିଳିବ ନାହିଁ। ସେମାନେ ସମ୍ପୃକ୍ତ ଥିବା କମ୍ପାନି ଓ ପ୍ରତିଷ୍ଠାନ ସବୁ ମଧ୍ୟ ଚୀନ୍‌ ସହ ବାଣିଜ୍ୟ କରି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe