୭୫୦ କେଜି ପିଆଜରୁ ୧୦୬୪ ଟଙ୍କା ଆୟ କରିଥିବା ନାସିକ କୃଷକ ରାଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଟଙ୍କା ପଠାଇଦେଲେ

Advertisment
୭୫୦ କେଜି ପିଆଜରୁ ୧୦୬୪ ଟଙ୍କା ଆୟ କରିଥିବା ନାସିକ କୃଷକ ରାଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ଟଙ୍କା ପଠାଇଦେଲେ

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ପିଆଜ ଚାଷୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରୁ ରାଗି ଯାଇ ପ୍ରଦିବାଦ ସ୍ୱରୂପ ସେ ୭୫୦ କେଜି ପିଆଜ ବିକ୍ରିରୁ ପାଇଥିବା ୧, ୦୬୪/- ଟଙ୍କାକୁ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିକୁ ପଠାଇ ଦେଇଛନ୍ତି।

ସଞ୍ଜୟ ସେଠେ ନାମକ ସେ ଚାଷୀ ହେଉଛନ୍ତି ୨୦୧୦ ମସିହାରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କ ସହ କଥାବାର୍ତ୍ତା କରିବାକୁ ମନୋନିତ ହୋଇଥିବା ଅଳ୍ପ କେତେକଜଣ ପ୍ରଗତିଶୀଳ ଚାଷୀଙ୍କ ମଧ୍ୟରୁ ଅନ୍ୟତମ।

ଏବେ, ଆଠ ବର୍ଷ ପରେ ସେ ଅମଳ କରିଥିବା ପିଆଜ ବିକି କିଲୋପିଛା ୧/- ପାଇଛନ୍ତି। ଚାଷୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ଯୋଗଁ ସେ ରାଗ କରି ପିଆଜ ବିକ୍ରିରୁ ମିଳିଥିବା ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ପଠାଇ ଦେଇଛନ୍ତି। କେବଳ ସେତିକି ନୁହେଁ ୧, ୦୬୪/- ଟଙ୍କା ପଠାଇବାକୁ ଲାଗିଥିବା ଟ. ୫୪/- ମନି ଅର୍ଡର୍‌ ଖର୍ଚ୍ଚ ମଧ୍ୟ ସେ ବହନ କରିଛନ୍ତି।

ନାସିକ ଜିଲ୍ଲା ଅନ୍ତର୍ଗତ ନିପହାଡ଼ ତହସିଲ୍‌ର ବାସିନ୍ଦା ସେଠେ କହିଛନ୍ତି: ଏ ସନ ମୁଁ ୭୫୦ କିଲୋ ପିଆଜ ଅମଳ କଲି, କିନ୍ତୁ ଗତ ସପ୍ତାହରେ ସେତକ ପିଆଜକୁ ମୁଁ ନିପାହାଡ଼ ପାଇକାରୀ ବଜାରରେ କିଲୋ ପ୍ରତି ଟ. ୧/- ଦରରେ ବିକିଲି। ଦୀର୍ଘ ଚାରିମାସର କଠୋର ପରିଶ୍ରମ ପରେ ସେଥିରୁ ଏଇ ସାମାନ୍ୟ ଆୟ ପାଇବା ଖୁବ୍‌ ଯନ୍ତ୍ରଣାଦାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe