ଗୌହାଟି: ଦେଶରେ ବର୍ଦ୍ଧିତ ଦୁଷ୍କର୍ମ ଓ ନ୍ୟାୟ ବ୍ୟବସ୍ଥା ଉପରୁ ଉଠିଯାଉଥିବା ଭରସାର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅରୁଣାଚଳ ପ୍ରଦେଶର ତେଜୁ ସହରରେ। ଜଣେ ୫ବର୍ଷୀୟା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରି ଗତକାଲି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ଲୋକେ ଥାନା ହାଜତରୁ ଭିଡ଼ି ଆଣି ପିଟିପିଟି ମାରିଦେଇଥିବା ଖବର ଆଲୋଡ଼ନ ସୃଷ୍ଟି କରିଛି।
ମିଳିଥିବା ଖବର ମୁତାବକ, ଅଭିଯୁକ୍ତ ଦ୍ୱୟ ଗତ ୧୨ ତାରିଖରେ ଜଣେ ଶିଶୁକୁ ଦୁଷ୍କର୍ମ କରି ହତ୍ୟା କରିଥିବା ବେଳେ ସେମାନଙ୍କୁ ଗତକାଲି ପୁଲିସ୍ ଗିରଫ କରିଥିଲା। ତେବେ ଆଜି ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ହାଜତକୁ ପଠାଇ ଦେବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା। ଅପରାହ୍ନ ଗୋଟାଏ ବେଳେ ଲୋହିତ ଜିଲ୍ଲା ତେଜୁ ଅଞ୍ଚଳର ପ୍ରାୟ ହଜାରେରୁ ଉର୍ଦ୍ଧ୍ୱ ଜନତା ଥାନା ଭିତରକୁ ଧସେଇ ପଶିଥିଲେ। ହାଜତ୍ ଖୋଲି ଦୁଷ୍କର୍ମକାକୀ ତଥା ହତ୍ୟାକାରୀ ସଞ୍ଜୟ ସୋବର(୩୦) ଓ ଜଗଦୀଶ ଲୋହର(୨୫)କୁ ବାହାରକୁ ଟାଣି ଆଣିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ କିଛି ପୁଲିସ୍ ଆହତ ମଧ୍ୟ ହୋଇଛନ୍ତି। ତେବେ ଅଭିଯୁକ୍ତ ଦ୍ୱୟଙ୍କୁ ହାଜତରୁ କାଢ଼ିିଆଣି ଲାଠି ଓ ଲୁହା ରଡ୍ରେ ବିଚ୍ ବଜାରରେ ପିଟିପିଟି ହତ୍ୟା କରିବା ପରେ ଲୋକେ ସେଠାରୁ ଫେରାର୍ ହୋଇଯାଇଥିଲେ। ପୁଲିସ୍ ଅଜଣା ଲୋକଙ୍କ ବିିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ନାଗାଲାଣ୍ଡର ଦିମାପୁର ସ୍ଥିତ କେନ୍ଦ୍ରୀୟ କାରାଗାର ଭାଙ୍ଗି ଉତ୍ତ୍ୟ୍ୟକ୍ତ ଲୋକେ ଅନୁରୂପ ଭାବେ ଜଣେ ଦୁଷ୍କର୍ମକାରୀକୁ ପିଟିପିଟି ମାରି ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us