Image Courtesy of India Today
ଆଗ୍ରା: ‘ଜି୨୦’ ଶିଖର ସମ୍ମିଳନୀର ଦ୍ବିତୀୟ ଦିବସରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଯେଉଁ ‘ଅଙ୍ଗବସ୍ତ୍ରମ୍’ ବା ଉତ୍ତରୀ ପ୍ରଦାନ କରି ସ୍ବାଗତ କଲେ ତାହା ତାଙ୍କ (ମୋଦୀ) ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମଦ୍ବାରା ଅନୁପ୍ରେରିତ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର ଜଲେସାର୍ ଅଞ୍ଚଳରେ ଥିବା ‘ଜ୍ୟାତି ଗ୍ରିନ୍’ ନାମକ କାରଖାନାରେ ଉକ୍ତ ଖଦୀ ବସ୍ତ୍ର ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରୁ ଉତ୍ସାହ ପାଇ ଅଙ୍କିତ ସିସୋଦିଆ ଖଦୀ ବ୍ୟବସାୟ କରିବା ପାଇଁ ନିଷ୍ପତ୍ତି ନେଇ ଉକ୍ତ କାରଖାନା ସ୍ଥାପନ କରିଥିଲେ।
‘ଇଣ୍ଡିଆ ଟୁଡେ’କୁ ସିସୋଦିଆ କହିଛନ୍ତି ଯେ, ‘ଏମ୍ବିଏ’ ପଢ଼ା ଶେଷ କରିବା ପରେ ବର୍ଷେ ପର୍ଯ୍ୟନ୍ତ ସେ ଗୋଟାଏ ବହୁ-ରାଷ୍ଟ୍ରୀୟ କମ୍ପାନିରେ ଚାକିରି କରିଥିଲେ। କିନ୍ତୁ, ପରେ ନିଜସ୍ବ ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ।
Image Courtesy of The Indian Express‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ବୋଧନରେ ପ୍ରେରିତ ହୋଇ ସେ ପାରମ୍ପରିକ ପଦ୍ଧତି ପରିବର୍ତ୍ତେ ଆଧୁନିକ ପଦ୍ଧତି ଉପଯୋଗ କରି ୫ ବର୍ଷ ପୂର୍ବେ ଖଦୀ ଉତ୍ପାଦନ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଜଲେସାର ସହରରେ ‘ଜ୍ୟୋତି ଗ୍ରିନ୍’ ନାମରେ ଦେଶର ସର୍ବପ୍ରଥମ ସୌରଶକ୍ତି ଚାଳିତ ଖଦୀ କାରଖାନା ସ୍ଥାପନ କରିବାକୁ ପଡ଼ିଥିଲା।
ସେ କାରଖାନାରୁ ଉତ୍ପାଦିତ କପଡ଼ା ‘ଖଦୀ ଇଣ୍ଡିଆ’କୁ ଯୋଗାଣ କରାଯାଏ।
ଏବେ ‘ଜି୨୦’ ନେତାମାନେ ପରିଧାନ କରିଥିବା ପ୍ରସିଦ୍ଧ ‘ଅଙ୍ଗବସ୍ତ୍ରମ୍’ ଲାଗି ଜଲେସାର ସହରକୁ ସମସ୍ତେ ଜାଣିଯିବେ।
ଏ ପ୍ରସଙ୍ଗରେ ‘ଆଗ୍ରା ଟୁରିଷ୍ଟ୍ ୱେଲ୍ଫେୟାର୍ ଚେମ୍ବର୍ ସେକ୍ରେଟେରି’ ବିଶାଳ ଶର୍ମା କହିଛନ୍ତି, ଜଲେସାର ନଗରୀ ‘ଘୁଙ୍ଗୁର’ ଓ ‘ଘଣ୍ଟି’ ନିର୍ମାଣ ପାଇଁ ଜଗତ ବିଖ୍ୟାତ। ଏଥର ଖଦୀ ପାଇଁ ବି ପ୍ରସିଦ୍ଧି ଲାଭ କରିବ।
Follow Us