ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀ ଦିଲ୍ଲୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଚରାଉଚୁରା କରାଯାଇଛି। ଗତକାଲି ଇଡି ତାଙ୍କ ମୁମ୍ବାଇସ୍ଥିତ ୩୭୧୬ କୋଟି ଟଙ୍କାର ମୂଲ୍ୟର ୧୭ ମହଲା ବିଶିଷ୍ଟ ବାସଭବନକୁ ଜବତ କରିଥିଲା। ତାହାର ଗୋଟଏ ଦିନ ପରେ ସେ ଇଡିରେ ହାଜର ହୋଇଛନ୍ତି। ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଅନିଲଙ୍କ ଘର ଜବତ ପାଇଁ ଏକ ଅସ୍ଥାୟୀ ନିର୍ଦ୍ଦେଶ ଜାରି କରିଛି। ଏହି ସମ୍ପତ୍ତିର ୪୭୩ କୋଟି ଟଙ୍କାର ଏକ ଅଂଶକୁ ଗତବର୍ଷ ନଭେମ୍ବରରେ ଇଡି ଜବତ କରିଥିଲା।

Advertisment

ଅଧିକପଢ଼ନ୍ତୁ:ଉନ୍ନତମାନର ଧାନ ମଣ୍ଡିରେ ଦିଅନ୍ତୁ, ସରକାରଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ପାଆନ୍ତୁ: ମନ୍ତ୍ରୀ

 ତାଙ୍କ ବନ୍ଦ ହୋଇଯାଇଥିବା ଏହି ସମ୍ପତ୍ତି ଜବତ ତାଙ୍କ ଟେଲିକମ୍‌ କମ୍ପାନି ରିଲାଏନ୍ସ କମ୍ୟୁନିକେସନ୍ସ ଦ୍ବାରା ହୋଇଥିବା ଋଣ ଠକେଇର ତଦନ୍ତର ଏକ ଅଂଶ।ବର୍ତ୍ତମାନ ସୁଦ୍ଧା ଅନିଲଙ୍କ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରାଯାଇସାରିଲାଣି। ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ସମ୍ପତ୍ତି ବିକ୍ରି କିମ୍ବା ସ୍ଥାନାନ୍ତରରୁ ରୋକିବା ଲାଗି ଅସ୍ଥାୟୀ ଜବତ ନିର୍ଦ୍ଦେଶ ଜାରି କରାଯାଇଥାଏ। ଅନିଲଙ୍କ ନେତୃତ୍ବାଧୀନ ଅନିଲ ଧୀରୁଭାଇ ଅମ୍ବାନୀ ଗ୍ରୁପ୍‌ (ଏଡିଏଜି) ବିରୋଧ‌ରେ ବ୍ୟାଙ୍କ ଠକେଇ ଓ ଅନ୍ୟାନ୍ୟ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି। ସେଗୁଡ଼ିକର ତଦନ୍ତ କରିବାକୁ ଇଡି ଏକ ତଦନ୍ତକାରୀ ଦଳ ଗଠନ କରିଛି। ଏହା ପୂର୍ବରୁ ଗତବର୍ଷ ଅଗଷ୍ଟରେ ଅନିଲ ଇଡି ସମ୍ମୁଖରେ ହାଜର ହୋଇଥିଲେ। ସେହି ସମୟରେ ପିଏମ୍‌ଏଲ୍‌ଏ ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ଅଧିକପଢ଼ନ୍ତୁ:ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ, କାହାଣୀ ଶୁଣାଇ ପୁଲିସକୁ ଭୁଆଁବୁଲାଇଥିଲା