ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ କୋଟିପତି ବାପାକୁ ପୁଅ ହତ୍ୟା କରିବା ଘଟଣା ମନରୁ ନଲିଭୁଣୁ ଇଟାୱା ଜିଲ୍ଲା ଜସୱନ୍ତନଗର ଅଞ୍ଚଳର ନିଲୋଇ ଗାଁରୁ ଆଉ ଏକ ପିତୃ ହତ୍ୟା ଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ସମ୍ପତ୍ତି ଲୋଭରେ ପୁଅ ଗଜରାଜ ସିଂହ ୭୮ ବର୍ଷିୟ ବୃଦ୍ଧ ବାପା ମୁନ୍ନାଲାଲଙ୍କୁ ଜୀବନ୍ତ ଜାଳିଦେଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରି ନିଜ ହେପାଜତକୁ ନେଇଛି।
ଅଧିକପଢ଼ନ୍ତୁ:ଏପଷ୍ଟିନ ଫାଇଲରେ ଷ୍ଟିଫେନ ହକିଂଙ୍କ ନାଁ: ଯତ୍ନ ନେଉଥିବା ମହିଳାଙ୍କ ସହିତ ଆପତ୍ତିଜନକ ଫଟୋ
ଜାନୁଆରୀ ୨୬ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ବାପାଙ୍କୁ କୌଣସି ସନ୍ଦିଗ୍ଧ ବ୍ୟକ୍ତି ହତ୍ୟାକରି ଜାଳିଦେଇଥିବା ପୋଲିସରେ ଅଭିଯୋଗ କରିଥିଲା ଗଜରାଜ। ରାତିରେ ବାପାଙ୍କୁ ଖାଇବାକୁ ଦେଇ ଶୁଆଇବା ପରେ ସକାଳୁ ଉଠିଲା ବେଳକୁ ବାପାଙ୍କ ଅର୍ଦ୍ଧ ଦଗ୍ଧ ଶରୀର ପାଇଥିବା କଥା କହି ପୋଲିସକୁ ଭୂଆଁବୁଲାଇବାକୁ ଚେଷ୍ଟା କରିଥିଲା। କିନ୍ତୁ, ପୋଲିସ ତଦନ୍ତରୁ ଗିରରାଜ ପ୍ରକୃତ ଆସାମୀ ବୋଲି ଜଣାପଡ଼ିଥିଲା।
ଧରା ପଡ଼ିବା ପରେ ଗୋଟି ଗୋଟି କରି ସବୁ ସତ ଓଗାଳିଥିବା ଅଭିଯୁକ୍ତ
ମୁନ୍ନାଲାଲଙ୍କ ପାଖରେ ଥିବା ୪୫ଗୁଣ୍ଠ ଜମିରୁ ଅଧା ଜମି ବିକ୍ରି କରି ଟଙ୍କା ଦେବା ପାଇଁ ଗଜରାଜ ଦାବି କରିଥିଲା, କିନ୍ତୁ ବାପା ଜମି ବିକିବାକୁ ସଫା ସଫା ମନା କରିଦେଇଥିବାରୁ ଉତ୍ୟକ୍ତ ହୋଇ ଠେଙ୍ଗାରେ ପିଟି ପିଟି ବେହୋସ କରିଥିଲା ଏବଂ ପରେ ଘରେ ଥିବା ସମସ୍ତ ପୋଷାକ ଓ ୧କ୍ବିଣ୍ଟିଲ କାଠ ଲଦି ମୁନ୍ନାଲାଲଙ୍କୁ ଜାଳିଦେଇଥିଲା। ତାଙ୍କର ୯୦ ପ୍ରତିଶତ ଶରୀର ଜଳିଯାଇଥିବା ବେଳେ ବାକି ଅଂଶକୁ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ରିପୋର୍ଟ ଆସିବା ପରେ ପୂରା ଘଟଣା ଉପରୁ ଧିରେ ଧିରେ ପରଦା ହଟିଥିଲା। ଏବେ ଗଜରାଜ ପୋଲିସ ହେପାଜତରେ ଅଛି। ଅଧିକ ତଥ୍ୟ ଯୋଗାଡ଼ ପାଇଁ ପୋଲିସ ପଚରାଉଚରା ଜାରି ରଖିଛି।
ଅଧିକପଢ଼ନ୍ତୁ:କେରଳ ଷ୍ଟୋରି ୨ ରିଲିଜ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/26/untitled-27jpg-2026-02-26-18-39-12.jpeg)