ୱାସିଂଟନ: ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ ସମ୍ପର୍କିତ ବିବାଦୀୟ ଫାଇଲରେ ଦିବଂଗତ ବ୍ରିଟିଶ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଂଙ୍କ ନାଁ ରହିଛି। ହକିଂ ଦୁଇଜଣ ବିକିନି ପରିଧାନ କରିଥିବା ମହିଳାଙ୍କ ମଝିରେ ବସିଥିବାର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ୨୦୦୬ ମସିହାର ହୋଇଥିବା ଅନୁମାନ କରାଯାଉଛି। ସେଣ୍ଟ ଥୋମାସର ରିଜ୍‌ -କାର୍ଲଟନ ହୋଟେଲଠାରେ ଏକ ବିଜ୍ଞାନ ଆଲୋଚନାଚକ୍ରରେ ୨୧ ଜଣ ବୈଜ୍ଞାନିକ ଅଂଶଗ୍ରହଣ କରିଥିବାବେଳେ ଏମାନଙ୍କ ମଧ୍ୟରେ ହକିଂ ଥିଲେ।

Advertisment

ଅଧିକପଢ଼ନ୍ତୁ:ଆତଙ୍କବାଦ ଉପରେ ପ୍ରହାର, ଶୂନ ସହନଶୀଳତା ପାଇଁ ଅପିଲ୍ କଲେ ଜୟଶଙ୍କର

ଏପ୍‌ଷ୍ଟିନ୍‌ର ୭୫- ଏକର ବିଶି‌ଷ୍ଟ ଦ୍ବୀପ ଲିଟିଲ ସେଣ୍ଟ ଜେମ୍ସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ହକିଂ ଏଠାକୁ ଯାଇଥିଲେ। ଏପ୍‌‌ଷ୍ଟିନ୍‌ ଫାଇଲରେ ହକିଂ ନାଁ ଅତିକମ୍‌ରେ ୨୫୦ ଥର ଉଲ୍ଲେଖ ରହିଛି। ତେବେ ହକିଂଙ୍କ ପରିବାରର ପ୍ରତିନିଧି ‘ଡେଲି ମେଲ୍‌’କୁ ସୂଚନା ଦେଇଛନ୍ତି ଯେ, ହକିଂଙ୍କ ପାଖରେ ଥିବା ଦୁଇ ମହିଳା ତାଙ୍କର ଯତ୍ନ ନେବାକୁ ଦୀର୍ଘ ଦିନ ହେଲା ରହିଆସୁଥିଲେ। ହକିଂ ଫଟୋରେ ଏକ ଗ୍ଲାସ ଧରିଥିବାବେଳେ ସ୍ମିତହାସ୍ୟ କରୁଥିବା ଏହି ଫଟୋରେ ଦେଖାଯାଇଥିଲା। ଆମେରିକା ନ୍ୟାୟ ବିଭାଗ ଦ୍ବାରା ଜାରି କରାଯାଇଥିବା ସଦ୍ୟତମ କାଗଜପତ୍ର ମଧ୍ୟରେ ଏହିପରି କେତେକ ଫଟୋ ରହିଛି।

ହକିଂଙ୍କ ଦ୍ବାରା କୌଣସି ପ୍ରକାର ଅନୁଚିତ ଆଚରଣ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା

ହକିଂ ଭର୍ଜିନ ଦ୍ବୀପରେ ଏକ ସେକ୍ସ ଓ ମଦ୍ୟପାନ ପାର୍ଟିରେ ଯୋଗ ଦେଇଥିବା ନେଇ ଅଭିଯୋଗ ହୋଇଥିବା ମଧ୍ୟ ଏପ୍‌ଷ୍ଟିନ ଫାଇଲରେ ତଥ୍ୟ ରହିଛି। ତେବେ ହକିଂ ବିରଳ ମୋଟର ନ୍ୟୁରନ ରୋଗରେ ପୀଡ଼ିତ ଥିବାରୁ ସର୍ବଦା ଭେଣ୍ଟିଲେଟର, ହ୍ବିଲଚେୟାର ଓ ୨୪ ଘଣ୍ଟିଆ ମେଡିକାଲ କେୟାରର ଆବଶ୍ୟକତା କରୁଥିଲେ। ତେଣୁ ତାଙ୍କ ଦ୍ବାରା କୌଣସି ପ୍ରକାର ଅନୁଚିତ ଆଚରଣ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

ଅଧିକପଢ଼ନ୍ତୁ:ନିର୍ବାଚନ ପୂର୍ବରୁ ନେପାଳରେ ସପ୍ତାହେ ଯାଏଁ ମଦ ବ୍ୟାନ୍