କାଠମାଣ୍ଡୁ: ମାର୍ଚ୍ଚ ୫ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ନେପାଳ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଭୋଟ୍ ପୂର୍ବରୁ ସାତ ଦିନ ପାଇଁ ଦେଶବ୍ୟାପୀ ମଦ ବିକ୍ରି ଓ ମଦ୍ୟପାନ ନିଷିଦ୍ଧ କରାଯିବ, ଏହା ସହିତ ନେପାଳ-ଭାରତ ସୀମା ୭୨ ଘଣ୍ଟା ପାଇଁ ସିଲ୍ କରାଯିବ। ଏହି ପ୍ରତିବନ୍ଧକ ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଅଧିକପଢ଼ନ୍ତୁ:ଆଫଗାନିସ୍ତାନରେ ରହି ପ୍ରଶିକ୍ଷଣ ଦେବାରେ ସମସ୍ୟା ନାହିଁ : ପାଇବସ୍
ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଥିବା ନିର୍ବାଚନ କମିଶନ କହିଛନ୍ତି। ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ଭୋଟଦାନର ୭୨ ଘଣ୍ଟା ପୂର୍ବରୁ ନେପାଳ-ଭାରତ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯିବ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ମାର୍ଚ୍ଚ ୪ତାରିଖ ମଧ୍ୟରାତ୍ରିରୁ ମାର୍ଚ୍ଚ ୫ତାରିଖ ଭୋଟ ଶେଷ ହେବା ପର୍ଯ୍ୟନ୍ତ, ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଯାନବାହାନ ଚଳାଚଳ ନିଷେଧ କରାଯିବ।
ଭୋଟଦାନର ୭୨ ଘଣ୍ଟା ପୂର୍ବରୁ ନେପାଳ-ଭାରତ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯିବ
କେବଳ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ଟେଲିକମ୍ ଓ ବୈଦ୍ୟୁତିକ ମରାମତି ଭଳି ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯିବ। ଆବଶ୍ୟକ ହେଲେ ମାର୍ଚ୍ଚ ୫ରେ ସ୍ୱତନ୍ତ୍ର ପାସ୍ ଜାରି କରାଯିବ। ପାସ୍ ବିନା କୌଣସି ଯାନବାହାନ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ତଥାପି, କଟକଣା ସତ୍ତ୍ୱେ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଭାବରେ ଜାରି ରହିବ। ବୈଧ ବିମାନ ଟିକେଟ୍ ଥିବା ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ଯାତ୍ରା ବ୍ୟବସ୍ଥା ମିଳିବ। ନେପାଳ ସେନା ସାଧାରଣ ନିର୍ବାଚନ ପାଇଁ ଏକ ତିନି ପର୍ଯ୍ୟାୟ ସୁରକ୍ଷା ଯୋଜନା ଘୋଷଣା କରିଛି, ଯେଉଁଥିରେ ସନ୍ଦିଗ୍ଧ ବସ୍ତୁକୁ ନିଷ୍କ୍ରିୟ କରିବା ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି।
ଅଧିକପଢ଼ନ୍ତୁ:ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/26/783563-2026-02-26-15-52-39.jpeg)