ଲଣ୍ଡନ: ଆଫଗାନିସ୍ତାନ କ୍ରିକେଟ୍ ଦଳର ନୂଆ ମୁଖ୍ୟ ପ୍ରଶିକ୍ଷକ ରିଚାର୍ଡ ପାଇବସ୍ କହିଛନ୍ତି ଯେ ସେହି ଦେଶରେ ରହି ପ୍ରଶିକ୍ଷଣ ଦେବାରେ ତାଙ୍କର କୌଣସି ସମସ୍ୟା ନାହିଁ। ଆଫଗାନିସ୍ତାନରେ ଏକ ଭଲ କ୍ରିକେଟ୍ ସଂସ୍କୃତି ରହିଛି। ଅଳ୍ପ ସମୟ ମଧ୍ୟରେ ସେମାନେ ଅନ୍ୟ ଦେଶମାନଙ୍କ ପରି ଓ କେତେକ କ୍ଷେତ୍ରରେ ଉନ୍ନତ କ୍ରିକେଟ୍ ଖେଳୁଛନ୍ତି। ପାଇବସ୍ କହିଛନ୍ତି ଯେ ସେ ବିଶ୍ବର ଅନେକ ଅଞ୍ଚଳରେ ରହିଛନ୍ତି, ଏଣୁ ଆଫଗାନିସ୍ତାନରେ ରହିବାରେ ତାଙ୍କର କୌଣସି ସମସ୍ୟା ନାହିଁ। ସେଠାକୁ ଯାଇ ସେଠାକାର କ୍ରିକେଟ୍ ପ୍ରତିଭା ଦେଖିବାରେ ତାଙ୍କର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।
ଅଧିକପଢ଼ନ୍ତୁ:ଆଇପିଏଲ୍ ଉପରେ ଅନ୍ତର୍ଜାତୀୟ ନିବେଶକଙ୍କ ନଜର
ନିଯୁକ୍ତି ପୂର୍ବରୁ ଆଫଗାନ୍ କ୍ରିକେଟ୍ ବୋର୍ଡ ପକ୍ଷରୁ ସର୍ତ୍ତ
ନିକଟରେ ଜୋନାଥନ୍ ଟ୍ରଟ୍ ଆଫଗାନିସ୍ତାନର ପ୍ରଶିକ୍ଷକ ପଦ ଛାଡ଼ିବା ପରେ ପାଇବସ୍ଙ୍କୁ ନୂଆ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତି ପୂର୍ବରୁ ଆଫଗାନ୍ କ୍ରିକେଟ୍ ବୋର୍ଡ ପକ୍ଷରୁ ସର୍ତ୍ତ ରଖାଯାଇଥିଲା ଯେ ନୂଆ ପ୍ରଶିକ୍ଷକ ଆଫଗାନିସ୍ତାନରେ ରହି ପ୍ରଶିକ୍ଷଣ ଦେବେ। ବିଶ୍ବ କ୍ରିକେଟ୍ରେ ଆଫଗାନିସ୍ତାନ ବିଗତ କିଛି ବର୍ଷ ମଧ୍ୟରେ ସଫଳତା ଅର୍ଜନ କରିଥିଲେ ବି ଏହି ଯୁଦ୍ଧ ବିଧ୍ବସ୍ତ ଦେଶରେ ଏବେ ବି ଅନ୍ତର୍ଜାତୀୟ କ୍ରିକେଟ୍ ଆରମ୍ଭ ହୋଇନାହିଁ। ଏଥିପାଇଁ ଆଫଗାନ୍ ଦଳ ଭାରତ କିମ୍ବା ୟୁଏଇକୁ ନିଜର ଘରୋଇ ଗ୍ରାଉଣ୍ଡ୍ କରିଥାଏ। ପ୍ରଶିକ୍ଷକମାନେ ବି କୌଣସି ଅନ୍ତର୍ଜାତୀୟ ଶୃଙ୍ଖଳା ପୂର୍ବରୁ ଏହି ଦୁଇଟି ଦେଶରେ ରହି ପ୍ରଶିକ୍ଷଣ ଦେଉଥିଲେ।
ଅଧିକପଢ଼ନ୍ତୁ:ନକଲି ବିଚାରପତିଙ୍କୁ ପଦରୁ ହଟାଇଲେ କୋର୍ଟ, ଇମ୍ରାନ ଖାନଙ୍କ ଗିରଫଦାରୀ ଉପରେ ଦେଇଥିଲେ ସ୍ଥଗିତାଦେଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/26/2f66197c-29af-4022-8f97-e8b4fb72f0ec-2026-02-26-15-27-09.jpg)