ଓକିଲଙ୍କ ଫିସ୍‌ ଦେବାକୁ ସବୁ ଅଳଙ୍କାର ବିକିଛି, ଏବେ ଗୋଟିଏ ମାତ୍ର କାର୍ ଚଳାଉଛି: ଅନୀଲ ଅମ୍ବାନୀ

Advertisment
ଓକିଲଙ୍କ ଫିସ୍‌ ଦେବାକୁ ସବୁ ଅଳଙ୍କାର ବିକିଛି, ଏବେ ଗୋଟିଏ ମାତ୍ର କାର୍ ଚଳାଉଛି: ଅନୀଲ ଅମ୍ବାନୀ

Image Courtesy of The Times of India

ଲଣ୍ଡନ: ଶୁକ୍ରବାର ଦିନ ଲଣ୍ଡନ ଅଦାଲତରେ ଋଣୀ ଉଦ୍ୟୋଗୀ ଅନୀଲ ଅମ୍ବାନୀ କହିଛନ୍ତି ଯେ, ସେ ସରଳ ଜୀବନଯାପନ କରୁଛନ୍ତି, ଗୋଟିଏ ମାତ୍ର କାର୍ ଚଳାଉଛନ୍ତି ଏବଂ ଓକିଲଙ୍କ ଫିସ୍ ଦେବାକୁ ସବୁ ଅଳଙ୍କାର ବିକ୍ରୟ କରି ଦେଇଛନ୍ତି।

ସେ କହିଛନ୍ତି ଯେ, ୨୦୨୦ ଜାନୁଆରି ରୁ ଜୁନ୍ ମଧ୍ୟରେ ତାଙ୍କର ସବୁ ଅଳଙ୍କାର ବିକ୍ରି ବାବଦରେ ସେ ୯. ୯ କୋଟି ଟଙ୍କା ପାଇଥିଲେ। ଏବେ ତାଙ୍କ ପାଖରେ କିଛି ନାହିଁ। କେତେଗୁଡ଼ିଏ ବିଳାସପୂର୍ଣ୍ଣ ଯାନ ଥିବା କଥା ପଚାରାଯିବାରୁ ସେ କହିଲେ, ଏ ସବୁ ଗଣମାଧ୍ୟମର କଳ୍ପନାପ୍ରସୂତ କହାଣୀ। ମୋର କେବେ ରୋଲ୍ସ୍‌-ରୟସ୍ ନ ଥିଲା। ଏବେ ମୁଁ ଗୋଟିଏ କାର୍ ଚଳାଉଛି।

୨୦୨୦ ଜୁନ୍ ୧୨ ତାରିଖ ସୁଦ୍ଧା ତିନୋଟି ଚୀନା ବ୍ୟାଙ୍କ୍‌କୁ ଟ. ୫,୨୮୧ କୋଟି ଓ ଟ. ୭ କୋଟି ଋଣ ପରିଶୋଧ କରିବାକୁ ୨୦୨୦ ମେ ୨୨ ତାରିଖ ଦିନ ଇଂଲଣ୍ଡ୍‌ର ଏକ୍ସେସିଭ୍ କୋର୍ଟ ଅମ୍ବାନୀଙ୍କୁ ଆଦେଶ ଦେଇଥିଲେ। କିନ୍ତୁ, ଏହି ଅର୍ଥ ପରିଶୋଧ ହୋଇ ନ ଥିଲା। ଏହା ପରେ ଜୁନ୍ ୧୫ ତାରିଖ ‘ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍‌ କମର୍ସିଆଲ୍ ବ୍ୟାଙ୍କ୍‌ ଅଫ୍ ଚାଇନା ଲିମିଟେଡ୍‌’ ନେତୃତ୍ବରେ ଏହି ଚୀନା ବ୍ୟାଙ୍କ୍‌ମାନେ ଅମ୍ବାନୀଙ୍କ ସମ୍ପତ୍ତି ଘୋଷଣା ଆଦେଶ ଦିଆଯାଉ ବୋଲି ଆବେଦନ କରିଥିଲେ।

publive-image Image Courtesy of KBN News

ତେଣୁ, ଜୁନ୍‌ ୨୯ ତାରିଖ ଦିନ ମାଷ୍ଟର୍‌ ଡେଭିସନ୍ ଅମ୍ବାନୀଙ୍କୁ ଆଦେଶ ଦେଇ କହିଥିଲେ କି, ବିଶ୍ବବ୍ୟାପୀ ଥିବା ନିଜ ସମ୍ପତ୍ତିର ହିସାବ ୭୪ ଲକ୍ଷ ଟଙ୍କାରୁ ଅଧିକ ଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରନ୍ତୁ। ସେସବୁ ତାଙ୍କର ବ୍ୟକ୍ତିଗତ ନାମରେ ଅଛି କି, ନାହିଁ, ସେସବୁ ତାଙ୍କ ବ୍ୟକ୍ତିଗତ ମାଲିକାନା କିଂବା ମିଳିତ ମାଲିକାନାରେ ଅଛି କି, ନାହିଁ ତାହା ସତ୍ୟପାଠରେ ଉଲ୍ଲେଖ କରିବା ପାଇଁ ସେ ଅମ୍ବାନୀଙ୍କୁ ଆଦେଶ ଦେଇଥିଲେ।

ସେ ଦାଖଲ କରିଥିବା ସତ୍ୟପାଠକୁ ଶୁକ୍ରବାର ଦିନ ଯାଞ୍ଚ କରିବା ଲାଗି ଏକ ଭିଡିଓ କନ୍‌ଭେନ୍‌ସନ୍‌ ହୋଇଥିଲା। ଏଥିରେ ଅମ୍ବାନୀ ଭାରତରୁ ଅଂଶ ଗ୍ରହଣ କରିଥିଲେ। ଏହା ପରେ ଅଦାଲତ ଶୁଣାଣି କରି କହିଥିଲେ ଯେ, ଅମ୍ବାନୀ ତାଙ୍କ ମାଆଙ୍କ ଠାରୁ ୫୦୦ କୋଟି ଓ ପୁଅ ଅନ୍‌ମୋଲ୍‌ ଠାରୁ ୩୧୦ କୋଟି ଟଙ୍କା ଋଣ କରିଛନ୍ତି।

ଅନୀଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଖର୍ଚ୍ଚ ଅତି ସ୍ବଳ୍ପ ଏବଂ ସେସବୁ ମୋ ପତ୍ନୀ ଓ ପରିବାର ବହନ କରୁଛନ୍ତି। ମୁଁ ବିଳାସମୟ ଜୀବନଯାପନ କରୁ ନାହିଁ କି, ମୋର ଅନ୍ୟ କୌଣସି ଆୟ ନାହିଁ। ଅଳଙ୍କାର ବିକି ମୁଁ ଓକିଲଙ୍କ ଫିସ୍‌ ଦେଉଛି। ଯଦି ଆହୁରି ଖର୍ଚ୍ଚ ଆବଶ୍ୟକ ହୁଏ, ଅନ୍ୟାନ୍ୟ ସମ୍ପତ୍ତି ବିକ୍ରୟ ଲାଗି ଅନୁମତି ଲୋଡ଼ିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe