ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡୁଆ; ଇଡ଼ି ମାଗିଛି ନୂଆ ବିବରଣୀ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨-୧୩ଟି ବ୍ୟାଙ୍କକୁ ଚିଠି ଲେଖି ଅନିଲ ଅମ୍ବାନୀଙ୍କ ଗୋଷ୍ଠୀ କମ୍ପାନିଗୁଡ଼ିକୁ ଦିଆଯାଇଥିବା ଋଣ ଉପରେ ହୋଇଥିବା ଉପଯୁକ୍ତ ତଦନ୍ତର ବିବରଣୀ ମାଗିଛି। 

New Project (21)

ମୁମ୍ବାଇ: ବଢ଼ିଲା ରିଲାଏନ୍ସ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷଙ୍କ ଅଡୁଆ। ଅର୍ଥାତ ଅନିଲ ଅମ୍ବାନୀଙ୍କ ସମସ୍ୟା କମିବାର ନାମ ଧରୁନାହିଁ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨-୧୩ଟି ବ୍ୟାଙ୍କକୁ ଚିଠି ଲେଖି ଅନିଲ ଅମ୍ବାନୀଙ୍କ ଗୋଷ୍ଠୀ କମ୍ପାନିଗୁଡ଼ିକୁ ଦିଆଯାଇଥିବା ଋଣ ଉପରେ ହୋଇଥିବା ଉପଯୁକ୍ତ ତଦନ୍ତର ବିବରଣୀ ମାଗିଛି। 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ  ଏସବିଆଇ, ଆକ୍ସିସ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ ସମେତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ସହିତ ଯୋଗାଯୋଗ କରିଛନ୍ତି। ଏହି ବ୍ୟାଙ୍କଗୁଡ଼ିକୁ ଇଡି ଋଣ ଖିଲାପୀ ଉପରେ ଗ୍ରହଣ କରାଯାଇଥିବା ପ୍ରକ୍ରିୟା, ଖିଲାପର ସମୟ ସୀମା ଏବଂ ପୁନରୁଦ୍ଧାର କାର୍ଯ୍ୟାନୁଷ୍ଠାନର ବିବରଣୀ ମାଗିଛି।

ଇଡିର ଅଧିକାରୀ କହିଛନ୍ତି, ‘ ବ୍ୟାଙ୍କଗୁଡ଼ିକୁ ମାଗାଯାଇଥିବା ବିବରଣୀର ଉତ୍ତରରେ ସନ୍ତୁଷ୍ଟ ନ ହେଲେ, ବ୍ୟାଙ୍କଗୁଡ଼ିକୁ ସମନ କରାଯାଇ ପଚରାଉଚରା କରାଯାଇପାରିବ।

ଅନିଲ ଅମ୍ବାନୀଙ୍କ ଗୋଷ୍ଠୀ କମ୍ପାନିଗୁଡ଼ିକୁ ଦିଆଯାଇଥିବା ଅଧିକାଂଶ ଋଣ ଏନପିଏରେ ପରିଣତ ହୋଇଛି। ମୋଟ ଋଣ ଜାଲିଆତି ୧୭,୦୦୦ କୋଟି ଟଙ୍କାର ରହିଛି। ଏହି ଜାଲିଆତି ମଧ୍ୟରେ ରିଲାଏନ୍ସ ହାଉସିଂ ଫାଇନାନ୍ସ ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଉପରେ ମୋଟ ୧୨,୫୩୪ କୋଟି ଟଙ୍କା ବକେୟା ରାଶି ରହିଛି । ଅବଶିଷ୍ଟ ୪,୦୦୦ କୋଟି ଟଙ୍କା ରିଲାଏନ୍ସ କମ୍ୟୁନିକେସନ୍ ଉପରେ ବକେୟା ଅଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ତାଙ୍କ ଗ୍ରୁପ୍ କମ୍ପାନିଗୁଡ଼ିକ ବିରୋଧରେ ପଞ୍ଜିକୃତ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହ ଜଡିତ ମନି ଲଣ୍ଡରିଂ ମାମଲା ସହିତ ଅଗଷ୍ଟ ୫ରେ ପଚରାଉଚରା ପାଇଁ ସମନ କରିଛି।

ଦିଲ୍ଲୀରେ ଏହି ମାମଲା ପଞ୍ଜିକୃତ ହୋଇଥିବାରୁ ଅମ୍ବାନୀଙ୍କୁ ଦିଲ୍ଲୀସ୍ଥିତ ଇଡ଼ି ମୁଖ୍ୟାଳୟକୁ ଡକାଯାଇଛି। ଏଥିସହିତ ରିଲାଏନ୍ସ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷଙ୍କ ବିଦେଶ ଯାତ୍ରାକୁ ରୋକିବା ପାଇଁ ତାଙ୍କ ବିରୋଧରେ ଏକ ଲୁକଆଉଟ୍ ସର୍କୁଲାର (ଏଲଓସି) ମଧ୍ୟ ଜାରି କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe