ବିଦେଶରେ ଅନିଲ ଅମ୍ବାନିଙ୍କ ୮୦୦ କୋଟି ଠାବ

Advertisment
ବିଦେଶରେ ଅନିଲ ଅମ୍ବାନିଙ୍କ ୮୦୦ କୋଟି ଠାବ

ନୂଆଦିଲ୍ଲୀ : ବିଦେଶରେ ଅନିଲ ଅମ୍ବାନିଙ୍କର ୮୦୦ କୋଟି ଟଙ୍କାର କଳାଟଙ୍କା ଠାବ ହୋଇଛି। ୨୦୨୦ ଫେବ୍ରୁଆରିରେ ଅମ୍ବାନି ବ୍ରିଟେନ କୋର୍ଟକୁ ଜଣାଇଥିଲେ ଯେ ସେ ଦେବାଳିଆ ହୋଇଯାଇଛନ୍ତି ଏବଂ ତାଙ୍କର ନିଟ୍ ସଂପତ୍ତି ଶୂନ। କିନ୍ତୁ ଆୟକର ବିଭାଗର ମୁମ୍ବାଇ ତଦନ୍ତ ଶାଖା ଅନିଲ ଅମ୍ବାନିଙ୍କର ୮୦୦ କୋଟି ଟଙ୍କା ଠାବ କରିଛି। ୨୦୨୨ ମାର୍ଚ୍ଚରେ ବିଭାଗ ପକ୍ଷରୁ କଳା ଟଙ୍କା ଆଇନ ୨୦୧୫ ଅଧୀନରେ ଏକ ଚୂଡ଼ାନ୍ତ ଅର୍ଡର ଗୃହୀତ କରିଛି। ୨୦୧୯ରେ ପ୍ରଥମେ ଅନିଲ ଅମ୍ବାନିଙ୍କୁ ଏ ନେଇ ଏକ ନୋଟିସ ଦିଆଯାଇଥିଲା। ଏହାପରେ କଳା ଟଙ୍କା ଆଇନ ଅଧୀନରେ ଏକ ଅର୍ଡର ହୋଇଛି। ଉକ୍ତ ଅର୍ଡରରେ ତାଙ୍କର ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଦେଶୀ ସଂପତ୍ତି ବିଷୟରେ ସୂଚନା ଦିଆଯାଇଛି। ବାହମାସ ଏବଂ ବ୍ରିଟିସ ଭର୍ଜିନ ଆଇଲାଣ୍ଡରେ ତାଙ୍କ ମାଲିକାନାରେ ଥିବା ସଂପତ୍ତି ବିଷୟରେ ଏଥିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe