ଅନୀଲ ଓ ସୋନମ ପରଦାରେ ମଧ୍ୟ ବାପ-ଝିଅ ଭୂମିକାରେ ନଜର ଆସିବେ

Advertisment
ଅନୀଲ ଓ ସୋନମ ପରଦାରେ ମଧ୍ୟ ବାପ-ଝିଅ ଭୂମିକାରେ ନଜର ଆସିବେ

ମୁମ୍ବାଇ: ବଲିଉଡରେ ଅନେକ ସଫଳ ବାପା-ଝିଅଙ୍କ ଯୋଡି ନଜର ଆସିଛନ୍ତି। ଆଉ ଏବେ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ଅଭିନେତା ଅନୀଲ କପୁର ଓ ତାଙ୍କ ଝିଅ ଅଭିନେତ୍ରୀ ସୋନମ କପୁର। ଦୁହେଁ ଏକାଠି ଗୋଟିଏ ଫିଲ୍ମରେ ନଜର ଆସିବେ। ସୋନମ, ନିଜ ପିତା ଅନିଲ କପୁରଙ୍କ ସହ କରିବେ ଫିଲ୍ମ। ବାସ୍ତବ ଜୀବନର ଏହି ଝିଅ, ପରଦାରେ ମଧ୍ୟ ହେବେ ଅନୀଲଙ୍କ ଝିଅ।

ଗତ ବର୍ଷ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା କି ଫିଲ୍ମ ର୍ନିମାତା ବିଧୁ ବିନୋଦ ଚୋପ୍ରାଙ୍କ ଭଉଣୀ ଶେଲି ଚୋପ୍ରା ମାକ୍ରୋ, ଭାଇଙ୍କ ସହ ମିଶି ବାପା-ଝିଅଙ୍କ ବିଷୟରେ ଆଧାରିତ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ଶେଲିଙ୍କ ଠାରୁ ଏହି ବିଷୟରେ କଥା ହେବା ଦ୍ୱାରା ସେ କହିଥିଲେ, ‘ଏବେ କିଛି ଏ ବିଷୟରେ କାର୍ଯ୍ୟ ଆରମ୍ଭ ହୋଇନି ଓ ଏହା ବିଷୟରେ ଏବେ କିଛି କହିବା ଠିକ୍‌ ହେବ ନାହିଁ। ଖୁବ୍‌ ଶୀଘ୍ର ଏ ବିଷୟରେ ଘୋଷଣା କରାଯିବ।’

ଶେଲି ଏହି ଚର୍ଚ୍ଚାକୁ ନେଇ ଖାଲି ଏତିକି କହିଥିଲେ ଯେ, ‘ହଁ , ମୁଁ କେବଳ ଏତିକି କହିପାରିବି କି ମୁଁ ଏହି ଫିଲ୍ମରେ କାମ କରୁଛି ଓ ଏହାର କାଷ୍ଟ ଫାଇନାଲ୍‌ ହୋଇନାହିଁ ।’

ଅନିଲ୍‌ ଓ ସୋନମ୍‌ ଙ୍କୁ ନେଇ ସଠିକ୍‌ ତଥ୍ୟ ଦେଇନାହାଁନ୍ତି ଶେଲି। ଅନୀଲ କପୁର ଓ ସୋନମ ଦୁହେଁ ମଧ୍ୟ ଏବିଷୟରେ କିଛି କହିନାହାଁନ୍ତି। ଆଉ ମଧ୍ୟ ଶୁଣିବାକୁ ମିଳୁଛି ବିନୋଦ ମେହରାଙ୍କ ପୁଅ ରୋହନ ମଧ୍ୟ ଏହି ଫିଲ୍ମର ଅଂଶୀଦାର ହୋଇପାରନ୍ତି। ବର୍ତ୍ତମାନ ଅନୀଲ କପୁର ରାକେଶ ଓମପ୍ରକାଶଙ୍କ ‘ଫନ୍ନେ ଖାଁ’ , ସୋନମ ‘ବୀର ଦି ୱେଡିଂ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe