ଦିନକ ପାଇଁ ଜାମିନ ଦିଅ, ମୋର ଏହି କାମ କରିବାର ଅଛି: ଅନିଲ ଦେଶମୁଖ

Advertisment
ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ସଂପୂର୍ଣ୍ଣ : କୋର୍ଟ

The News Minute

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଦିନକ ପାଇଁ କୋର୍ଟରୁ ଜାମିନ ମାଗିଛନ୍ତି। ଏନସିପି ନେତା ଅନିଲ ଦେଶମୁଖ ଶୁକ୍ରବାର ଦିନ ସ୍ୱତନ୍ତ୍ର କୋର୍ଟରେ ଏହି ଆବେଦନ କରିଛନ୍ତି | ଗତ ବର୍ଷ ନଭେମ୍ବରରେ ଅନିଲ ଦେଶମୁଖଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି। ତେବେ ଆସନ୍ତା ୧୦ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଅନିଲ ଦେଶମୁଖ ରାଜ୍ୟସଭା ନିର୍ବାଚନକୁ ଦର୍ଶାଇ ଜୁନ୍ ୧୦ ରେ ତାଙ୍କୁ ଏକ ଦିନ ପାଇଁ ଜାମିନରେ ଛାଡିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଅଦାଲତରେ ଅନିଲ ଦେଶମୁଖଙ୍କ ଆବେଦନ ଅନୁଯାୟୀ ଜଣେ ବିଧାୟକ ଭାବରେ ରାଜ୍ୟସଭା ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜର ସଦସ୍ୟ ଅଛନ୍ତି । ତେଣୁ ନିଜର ଭୋଟ୍ ଦେବାର ଅଧିକାରକୁ ବ୍ୟବହାର କରିବାକୁ ସେ ଚାହିଁଛନ୍ତି | ତେବେ ଏହି ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଜଜ୍ କେ.କେ ପାଟିଲ ଜବାବ ଦେବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହାର ପରବର୍ତ୍ତୀ ଶୁଣାଣି ଜୁନ୍ ୬ ରେ ହେବ ବୋଲି କହିଛନ୍ତି ।

ସୂଚନା ଥାଉ କି ଏନ୍‌ସିପି ନେତା ଅନିଲ ଦେଶମୁଖଙ୍କୁ ନଭେମ୍ବର ୧ରେ ଗିରଫ କରାଯାଇଥିଲା। ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ଦେଶମୁଖଙ୍କ ବିରୋଧରେ ଏହି ଅଭିଯୋଗ ଆଣିବାପରେ ସିବିଆଇ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରମବୀର ସିଂହଙ୍କ ଅଭିଯୋଗ ଅନୁଯାୟୀ ଦେଶମୁଖ ନିଲମ୍ବିତ ପୁଲିସ ଅଫିସର୍‌ ସଚିନ ଭାଜେଙ୍କୁ ମୁମ୍ବାଇର ହୋଟେଲ୍ ଏବଂ ବାର୍‌ମାନଙ୍କରୁ ୧୦୦ କୋଟି ଟଙ୍କା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe