Image Courtesy of The Indian Express
ମୁମ୍ବାଇ: ତାଙ୍କ ନାଁରେ ଆଗତ ଦୁର୍ନୀତି ଅଭିଯୋଗର ତଦନ୍ତ କରାଇବାକୁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଏକ ପତ୍ର ଲେଖିଛନ୍ତି। ଦୁର୍ନୀତିଗ୍ରସ୍ତ ବୋଲି ବିରୋଧୀଦଳଙ୍କ ସମାଲୋଚନାର ସରବ୍ୟ ହୋଇଥିବା ଦେଶମୁଖ ମଧ୍ୟରାତ୍ରୀ ପରେ ତାଙ୍କ ଟୁଇଟର୍ ହ୍ୟାଣ୍ଡଲ୍ରେ ଉକ୍ତ ଚିଠିଟି ସେୟାର୍ କରିଛନ୍ତି। ମୁମ୍ବାଇର ପୂର୍ବତନ ପୁଲିସ ମୁଖ୍ୟ ପରମବୀର ସିଂହ ତାଙ୍କ ବିରୋଧରେ ଉଠାଇଥିବା ଅଭିଯୋଗର ତଦନ୍ତ କରାଯାଉ ବୋଲି ଏହି ଚିଠିରେ ସେ ଲେଖିଛନ୍ତି।
ମରାଠୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି, ମୋ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ପରମବୀର ସିଂହ ଉଠାଇଥିବା ଅଭିଯୋଗର ତଦନ୍ତ କରି ସତ୍ୟତାର ପରିପ୍ରକାଶ ନିମନ୍ତେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି।
Image Courtesy of Radio Cityଅନ୍ୟ ଏକ ଟୁଇଟ୍ରେ ସେ ଲେଖିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ କରିବେ, ମୁଁ ତାହାକୁ ସ୍ୱାଗତ କରିବି। ସତ୍ୟମେବ ଜୟତେ। ଏହା ଗହମକୁ ତୁଷରୁ ପୃଥକ୍ କରିବ।
ସୂଚନାଯୋଗ୍ୟ, ଦେଶମୁଖ ପୁଲିସମାନଙ୍କ ଜରିଆରେ ‘ଟଙ୍କା ଆଦାୟ ଯୋଜନା’ ଚଳାଉଥିଲେ ବୋଲି ଉଲ୍ଲେଖ କରି ଗତ ଶନିବାର ଦିନ ସିଂହ ଠାକ୍ରେଙ୍କୁ ଏକ ଚିଠି ଲେଖିଥିଲେ।
Follow Us