ସୁଫଳ ଦେଉଛି କୋଭାକ୍ସିନ୍‌, ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣ ପରେ ଗବେଷକ ଆଶ୍ବସ୍ତ

Advertisment
ସୁଫଳ ଦେଉଛି କୋଭାକ୍ସିନ୍‌, ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣ ପରେ ଗବେଷକ ଆଶ୍ବସ୍ତ

Times of India

ନୂଆଦିଲ୍ଲୀ: କରୋନା ବିରୋଧରେ ଭଲ ଫଳ ଦେଉଛି ଦେଶୀ ଟୀକା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ (ଆଇସିଏମଆର) ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ ଟୀକା ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣ ହେବା ପରେ ଭଲ ଫଳାଫଳ ମିଳିଛି । ମାଙ୍କଡ ଜାତୀୟ ପ୍ରାଣୀ ଦେହରେ ଏହି ଟୀକାର ପ୍ରମଥ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ୨୦ଟି ମାଙ୍କଡ଼କୁ ୪ଟି ଗ୍ରୁପରେ ଭାଗ କରି ଏହି ଟୀକା ଦିଆଯାଇଥିଲା । ଶେଷରେ ସୁଫଳ ଦେଖିବାକୁ ମିଳିଛି।

ଗୋଟିଏ ଗ୍ରୁପକୁ ପ୍ଲାସେବୋ ଦିଆଯାଇଥିବା ବେଳେ ଅନ୍ୟ ୩ଟି ଗ୍ରୁପକୁ ଭିନ୍ନଭିନ୍ନ ଡୋଜର ଟୀକା ପ୍ରଦାନ କରାଗଲା। ଶୂନରୁ ୧୪ ଦିନ ଭିତରେ ଏହି ଟୀକା ଦିଆ ଯାଇଥିବା ସୂଚନା ରହିଛି ଏବଂ ତୃତୀୟ ସପ୍ତାହ ବେଳକୁ ମାଙ୍କଡ଼ ଗୁଡ଼ିକ ଦେହରେ ପ୍ରଚୁର ମାତ୍ରାରେ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଉଥିବା ଦେଖାଯାଇଥିଲା । ଯାହା କୋଭିଡ ବିରୋଧରେ ଲଢ଼େଇ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଭାରତ ବାୟୋଟେକ ।

publive-image
Hindustan

ଉଲ୍ଲେଖଯୋଗ୍ୟ, ଚୀନର ଉହ୍ବାନ ସହରରୁ ଉତ୍ପନ୍ନ ଦୀର୍ଘ ୮ ମାସ ହେବ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଥିବା କରୋନା ଭାଇରସ୍‌ ସଂକ୍ରମଣ ହୁ ହୁ ବଢ଼ିବାରେ ଲାଗିଛି। ଏହି ସଂକ୍ରମଣ ବଢ଼ି ବଢ଼ି ବିଶ୍ବସ୍ତରରେ ୨୮.୫ ମିଲିୟନ୍‌ରେ ପହଞ୍ଚିଥିବା ବେଳେ ଭାରତରେ ଏବେ ସୁଦ୍ଧା ୪.୬୬ ମିଲିୟନ୍‌ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe