Hindustan Times
ଅଟାୱା: ପ୍ରଥମ ହିନ୍ଦୁ ମହିଳା ଭାବେ ଅନୀତା ଆନନ୍ଦ କାନାଡ଼ାର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନୀତା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି। ଅନୀତା ଟରଣ୍ଟୋ ବିଶ୍ବବିଦ୍ୟାଳୟରେ ଆଇନ୍ ପ୍ରଫେସର ଭାବେ ଅଧ୍ୟାପନା କରୁଥିଲେ। ଅନୀତା କୁଇନ୍ସ ବିଶ୍ବବିଦ୍ୟାଳୟରୁ କଳାରେ ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ଏବଂ ଟରଣ୍ଟୋ ବିଶ୍ବବିଦ୍ୟାଳୟରୁ ଆଇନ୍ରେ ସ୍ନାତକୋତ୍ତର ଡିଗ୍ରି ହାସଲ ପରେ ଟରଣ୍ଟୋ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।
Follow Us