ଆମ ଆଦମୀ ପାର୍ଟିରେ ସାମିଲ ହେଲେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭଉଣୀ

ଆମ ଆଦମୀ ପାର୍ଟିରେ ସାମିଲ ହେଲେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭଉଣୀ

photo-indiatoday

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭଉଣୀ ଅଞ୍ଜୁ ସେହୱାଗ ଆଜି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଆମ ଆଦମୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀଙ୍କ ଉପସ୍ଥିତିରେ ଅଞ୍ଜୁ ସେହୱାଗ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଅବସରରେ ଅଞ୍ଜୁ କହିଛନ୍ତି ଯେ କେଜ୍ରିୱାଲଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟରୁ ଅନୁପ୍ରାଣିତ ହୋଇ ସେ ତାଙ୍କର ସମସ୍ତ ସମର୍ଥକଙ୍କ ସହ ଆପରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ଦଳ ଯାହା ଦାୟିତ୍ୱ ଦେବ, ଆମେ ପୂର୍ଣ୍ଣମାତ୍ରାରେ ଏହାକୁ ପୂରଣ କରିବୁ |

ଅଞ୍ଜୁ ସେହୱାଗ ପୂର୍ବରୁ ୨୦୧୨ ଦିଲ୍ଲୀ ଏମସିଡି ନିର୍ବାଚନରେ ​​ଦକ୍ଷିନପୁରୀ ଏକଟେନ୍ସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ୫୫୮ ଭୋଟ ବ୍ୟବଧାନରେ ବିଜେପିର ଆରତୀ ଦେବୀଙ୍କୁ ପରାସ୍ତ କରିଛନ୍ତି। ନିକଟରେ ଆମ ଆଦମୀ ପାର୍ଟି ଚଣ୍ଡୀଗଡ଼ ମହାନଗର ନିଗମ ନିର୍ବାଚନରେ ଜିତାପଟ ହାସଲ କରିଥିଲା |

ଆଉ ପଞ୍ଜାବରେ ଆପର ବେଶ ଭଲ ପ୍ରଭାବ ରହିଛି | ଯେଉଁଠି ଦଳ ମୁଖ୍ୟ ବିରୋଧୀ ଦଳ କିମ୍ବା ସରକାର ଗଠନ କରିପାରେ । ତେବେ ପୂର୍ବରୁ ବୀରେନ୍ଦ୍ର ସେହୱାଗ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe