ଧର୍ମ ପରିବର୍ତ୍ତନ କଲେ ଭାରତୀୟ ମହିଳା ଅଞ୍ଜୁ, ଇସଲାମ ଗ୍ରହଣ ପରେ ପାକିସ୍ତାନୀ ବନ୍ଧୁ ନସରୁଲ୍ଲାଙ୍କୁ କଲେ ବିବାହ

Advertisment
ଧର୍ମ ପରିବର୍ତ୍ତନ କଲେ ଭାରତୀୟ ମହିଳା ଅଞ୍ଜୁ, ଇସଲାମ ଗ୍ରହଣ ପରେ ପାକିସ୍ତାନୀ ବନ୍ଧୁ ନସରୁଲ୍ଲାଙ୍କୁ କଲେ ବିବାହ

ନୂଆଦିଲ୍ଲୀ: ଅଞ୍ଜୁ ହେଲେ ଫାତିମା। ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ଶେଷରେ ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଗଲେ ଅଞ୍ଜୁ। ବର୍ତ୍ତମାନ ସେଠାରେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି ସେ। କିନ୍ତୁ ବିବାହ ପୂର୍ବରୁ ଅଞ୍ଜୁଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରିବାକୁ ପଡ଼ିଛି । ଧର୍ମ ପରିବର୍ତ୍ତନ ସହିତ ବଦଳି ଯାଇଛି ତାଙ୍କ ନାଁ। ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁ ପାଲଟିଛନ୍ତି ଫାତିମା।

ତେବେ ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ଏବେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଛି। ଅଞ୍ଜୁ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଅଞ୍ଜୁ ଜଣେ ଖ୍ରୀଷ୍ଟିଆନ ଥିଲେ।

ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ଅଞ୍ଜୁଙ୍କୁ ବିବାହ କରିଥିବା ଖବରକୁ ଅସ୍ବୀକାର କରିଛନ୍ତି ନସରୁଲ୍ଲା। ସେ କହିଛନ୍ତି, ମୁଁ ଅଞ୍ଜୁଙ୍କୁ ବିବାହ କରିନାହିଁ। ସେ ମୋର ଭଲ ବନ୍ଧୁ। ତାଙ୍କ ସହ ମୋର ପ୍ରେମ ସମ୍ପର୍କ ନାହିଁ।

निकाहनामा aajtak

ନସରୁଲ୍ଲା ଏଭଳି ଦାବି କରୁଥିବା ବେଳେ କୋର୍ଟରେ ଦୁହେଁ ବିବାହ କରିଥିବାର ପ୍ରମାଣ ପତ୍ର ସାମ୍ନାକୁ ଆସିଛି। ଏହା ସହ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲେଖାଯାଇଛି ଅଞ୍ଜୁ ୱେଡସ୍ ନସରୁଲ୍ଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe