ଅଞ୍ଜୁଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ଭାରତ ପଠାଇ ଦେଉଛନ୍ତି ପାକିସ୍ତାନୀ ସ୍ବାମୀ ନସରୁଲ୍ଲା

Advertisment
ଅଞ୍ଜୁଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ଭାରତ ପଠାଇ ଦେଉଛନ୍ତି ପାକିସ୍ତାନୀ ସ୍ବାମୀ ନସରୁଲ୍ଲା

ଜୟପୁର: ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଲୋକ ଜାଣିଛନ୍ତି। ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ଚାଲି ଯାଇଛନ୍ତି। ଅଞ୍ଜୁ ୨୦୧୯ ମସିହାରେ ଅନ୍‌ଲାଇନ୍‌ରୁ ନାସରୁଲ୍ଲାଙ୍କୁ ଜାଣିବା ପରେ ପରସ୍ପରଙ୍କୁ ପ୍ରେମ କରି ବସିଥିଲେ ଦୁଇ ଦେଶର ଏହି ଲଭବାର୍ଡ। ତା’ପରେ ଅଞ୍ଜୁ ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକ୍‌ ପଳାଇଥିଲେ। ଶୁଣିବାକୁ ମିଳୁଥିଲା ଯେ ଆଉ ସେ ଭାରତ ଫେରିବେ ନାହିଁ। ଏବେ କିନ୍ତୁ ଭିନ୍ନ ଖବର ହସ୍ତଗତ ହୋଇଛି।

ଅଞ୍ଜୁଙ୍କ ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ କହିବାନୁଯାୟୀ, ‘ଅଞ୍ଜୁଙ୍କ ମାନସିକ ସ୍ଥିତି ଭଲ ନାହିଁ। ତାହାର କାରଣ ‌ହେଉଛନ୍ତି ତାଙ୍କର ୨ ପିଲା। ସେ ସବୁବେଳେ ନିଜର ପିଲାଙ୍କୁ ମନେପକାଇ କାନ୍ଦୁଛନ୍ତି। ସେ ନିଜ ପିଲାଙ୍କ କାରଣରୁ ପାକିସ୍ତାନରେ ରହିବାକୁ ଭଲପାଉନାହାନ୍ତି।’

ନାସରୁଲ୍ଲାଙ୍କ ଅନୁଯାୟୀ, ସେ ଚାହୁଁ ନାହାଁନ୍ତି ଯେ ଅଞ୍ଜୁଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଉ। ସେଥିପାଇଁ ଆସନ୍ତା ମାସରେ ଭାରତକୁ ଫେରିବେ। ହେଲେ ଏହା ଶୁଣିବାକୁ ଟିକେ ଆଡୁଆ ଲାଗୁନାହିଁ? ଯିଏକି କିଛି ସମୟ ପୂର୍ବରୁ ପାକିସ୍ତାନରୁ ଫେରିବାକୁ ଚାହୁଁନଥିଲେ, ସେ ଏତେ ବଡ ନିଷ୍ପତ୍ତି ବଦଳାଇଲେ କିପରି! ଯଦି ଅଞ୍ଜୁ ପିଲାମାନଙ୍କୁ ଏତେ ଭଲପାଉଥିଲେ ତେବେ ସେ କାହିଁକି ସେମାନଙ୍କୁ ଏକୁଟିଆ ଛାଡି ପାକିସ୍ତାନ ଗଲେ? ତେବେ ସତରେ ଅଞ୍ଜୁ ନିଜ ପିଲାଙ୍କ ପାଇଁ ଭାରତ ଫେରିବାକୁ ଚାହୁଁଛନ୍ତି କି ଏହା ପଛରେ ଅନ୍ୟ କିଛି କାରଣ ଅଛି ତାହା ତଦନ୍ତ ହେବା ପରେ ଯାଇ ଜଣାପଡ଼ିବ।

ଆପଣ ଜାଣନ୍ତି ଯେ ଅଞ୍ଜୁ ପ୍ରଥମେ ପାକିସ୍ତାନକୁ ମାତ୍ର ଏକ ସପ୍ତାହ ପାଇଁ ଯାଇଥିଲେ, କିନ୍ତୁ ପରେ ଅଞ୍ଜୁ ଏହି ଭିସାକୁ ବଢ଼ାଇ ଦେଇଥିଲେ। ଅଞ୍ଜୁଙ୍କ ଭାରତୀୟ ସ୍ୱାମୀ ତାଙ୍କୁ ଫେରିବା ପାଇଁ ନିବେଦନ କରିଥିଲେ, ହେଲେ ଫେରିବାକୁ ସ୍ପ‌ଷ୍ଟ ଭାବେ ମନା କରି ଦେଇଥିଲେ ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe