ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ କିଏ ଦେଇଥିଲା ଖବର? କ’ଣ ପାଇଁ ଅନ୍ତିମସଂସ୍କାରରେ ଯୋଗ ଦେଇନଥିଲେ ଅଙ୍କିତା?ଜାଣନ୍ତୁ

Advertisment
ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ କିଏ ଦେଇଥିଲା ଖବର? କ’ଣ ପାଇଁ ଅନ୍ତିମସଂସ୍କାରରେ ଯୋଗ ଦେଇନଥିଲେ ଅଙ୍କିତା?ଜାଣନ୍ତୁ

ମୁମ୍ବଇ: ଜୁନ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ତେବେ ତାଙ୍କ ଆତ୍ମହତ୍ୟା ଖବର ପାଇ ମଧ୍ୟ ତାଙ୍କର ପ୍ରଥମ ପ୍ରେମିକା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କ’ଣ ପାଇଁ ଅନ୍ତିମସଂସ୍କାରରେ ଯୋଗ ଦେଇନଥିଲେ, ତାହାର ଖୁଲାସା ଏବେ ଅଙ୍କିତା କରିଛନ୍ତି।ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ କିଏ ଦେଇଥିଲା ଖବର? କ’ଣ ପାଇଁ ଅନ୍ତିମସଂସ୍କାରରେ ଯୋଗ ଦେଇନଥିଲେ, ଏସବୁ ପ୍ରଶ୍ନର ଉତ୍ତର ଏବେ ଅଙ୍କିତା ଦେଇଛନ୍ତି।

Ankita Lokhande visits Sushant Singh Rajput's residence Mumbai Mirror

ତାଙ୍କ କହିବା ମୁତାବକ, ଘଟଣା ଦିନ ମୁଁ ଶୋଇଥିଲି ଏବଂ କିଛି ସାମ୍ବାଦିକ ମୋତେ ବାରମ୍ବାର ଫୋନ କରିବା ପରେ ମୁଁ ଉଠିଥିଲି। ସାଧାରଣତଃ ମୁଁ ଅଜ୍ଞାତ ଲୋକଙ୍କ ଫୋନ ଉଠାଏ ନାହିଁ, କିନ୍ତୁ ସେଦିନ ମୁଁ କଲ୍ ଉଠାଇଲି ଏବଂ ଜଣେ ସାମ୍ବାଦିକ ମୋତେ କହିଲେ, ‘ଅଙ୍କିତା, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ହଠାତ୍ ଏଭଳି ଖବର ଶୁଣି ମୋ ପାଦ ତଳୁ ମାଟି ଖସି ଯାଇଥିଲା। ସବୁ କିଛି ସରିଗଲା ଭଳି ମନେ ହୋଇଥିଲା। ଏଭଳି ଖବର ପାଇ ମୁଁ ସଙ୍ଗେ ସଙ୍ଗେ ଫୋନ ରଖି ତୁରନ୍ତ ଟିଭି ଲଗାଇବା ପ‌ରେ ସୁଶାନ୍ତ ମୃତ୍ୟୁକୁ ନେଇ ଖବର ଉପରେ ଖବର ଦେଖିବାକୁ ପାଇଥିଲି। ମୃତ୍ୟୁ ଖବରକୁ ବିଶ୍ବାସ କରି ପାରୁନଥିବା ବେଳେ ପରଦିନ ସୁଶାନ୍ତଙ୍କ ଅନ୍ତିମସଂସ୍କାର ଥିଲା। ମୁଁ କ’ଣ କରିବି ଜାଣି ପାରୁ ନଥିଲି | ପରେ ମୁଁ ଅନ୍ତିମସଂସ୍କାରକୁ ଯିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି। କାରଣ ମୁଁ ଜାଣିଥିଲି ଯେ, ଯଦି ମୁଁ ସୁଶାନ୍ତଙ୍କୁ ସେହିଭଳି ଅବସ୍ଥାରେ ଦେଖିଥାନ୍ତି, ମୁଁ ସେ ଦିନକୁ କେବେବି ଭୁଲି ପାରି ନଥାନ୍ତି | ଆଗାମୀ ଜୀବନ ବଞ୍ଚିବା ମୋ ପାଇଁ କଷ୍ଟକର ହୋଇ ପଡ଼ିଥାନ୍ତି ବୋଲି କହିଛନ୍ତି ଅଙ୍କିତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe