ଅଙ୍କିତା ହତ୍ୟା ମାମଲା: ରିସର୍ଟରେ ଚାଲିଥିଲା ଦେହବ୍ୟବସାୟ ଓ ନିଶା କାରବାର

Advertisment
ଅଙ୍କିତା ହତ୍ୟା ମାମଲା: ରିସର୍ଟରେ ଚାଲିଥିଲା ଦେହବ୍ୟବସାୟ ଓ ନିଶା କାରବାର

Amar Ujala

ଋଷିକେଶ: ଉତ୍ତରାଖଣ୍ଡର ଯେଉଁ ରିସର୍ଟରେ ରିସେପ୍ସନିଷ୍ଟ ଅଙ୍କିତା ହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚା ବିଷୟ ହୋଇଛି, ତାହା ଉପରେ କ୍ରମଶଃ ରୋଚକ ତଥ୍ୟମାନ ପ୍ରକାଶିତ ହେବାରେ ଲାଗିଛି। ଅଭିଯୋଗ ଅନୁସାରେ ଏହି ରିସର୍ଟରେ ଦେହବ୍ୟବସାୟ ଓ ନିଶା କାରବାର ଚାଲିଥିଲା। ରିସର୍ଟର ମାଲିକ ପୁଲକିତ ଆର୍ଯ୍ୟ ମହିଳା କର୍ମଚାରୀଙ୍କ ଉପରେ ଖରାପ ବ୍ୟବହାର କରୁଥିଲେ। ସେ କର୍ମଚାରୀଙ୍କ ସହିତ ମାରପିଟ ବି କରୁଥିଲେ। ଦରମା ମାଗିଲେ କର୍ମଚାରୀଙ୍କ ବିରୋଧରେ ଚୋରି ଅଭିଯୋଗ ଆଣି ଚାକିରିରୁ ବାହାର କରିଦେଉଥିଲେ।

ରିସର୍ଟରେ ପୂର୍ବରୁ କାମ କରୁଥିବା ଏକ ଦମ୍ପତି ଏହା ପ୍ରକାଶ କରିଛନ୍ତି। ମେରଠର ସାକେତନିବାସୀ ଦମ୍ପତି ବିବେକ ଓ ଈଶିତାଙ୍କ କହିବା ଅନୁସାରେ ସେମାନେ ପ୍ରାୟ ଦୁଇମାସ ତଳେ ବନଂତ୍ରା ରିସର୍ଟକୁ ଛାଡ଼ି ଯିବାକୁ ବାଧ୍ୟ ହୋଇଥିଲେ। ପୁଲକିତ ଆର୍ଯ୍ୟ ଓ ତାଙ୍କ ବନ୍ଧୁମାନେ କର୍ମଚାରୀଙ୍କ ସହ ଅତ୍ୟନ୍ତ ଖରାପ ବ୍ୟବହାର କରୁଥିଲେ ବୋଲି ଈଶିତା କହିଛନ୍ତି। ସେ କହିଛନ୍ତି ଯେ ଝିଅମାନଙ୍କୁ ଡକାଯାଉଥିଲା। ପୁଲକିତ ଆର୍ଯ୍ୟ ଓ ମ୍ୟାନେଜର ଅଂକିତ ଓରଫ ପୁଲକିତ ଗୁପ୍ତା ସେହି ଝିଅମାନଙ୍କ ନାମ ରେଜିଷ୍ଟରରେ ଏଣ୍ଟ୍ରି କରୁ ନ ଥିଲେ। ସେମାନଙ୍କୁ ଗ୍ରାହକମାନଙ୍କ ରୁମ୍‌କୁ ପଠାଯାଉଥିଲା। ଖାସ୍ ଗ୍ରାହକମାନଙ୍କର ନାମ ବି ରେଜିଷ୍ଟରରେ ଚଢ଼ୁ ନ ଥିଲା।

ବିବେକଙ୍କ କହିବା ଅନୁସାରେ ରିସର୍ଟରେ ବିନା ଲାଇସେନ୍ସରେ ମଦ ରଖାଯାଉଥିଲା। ଏହି ମଦକୁ ଗ୍ରାହକଙ୍କୁ ଦୁଇଗୁଣା ଦାମ୍‌ରେ ବିକ୍ରି କରାଯାଉଥିଲା। ଗ୍ରାହକଙ୍କୁ ଚରସ, ଗଞ୍ଜେଇ ସବୁକିଛି ଯୋଗାଇ ଦିଆଯାଉଥିଲା। ଈଶିତାଙ୍କ କହିବା ଅନୁସାରେ ପୁଲକିତ ଆର୍ଯ୍ୟ ତାଙ୍କ ଉପରେ ବି ଖରାପ ନଜର ପକାଇଥିଲେ। ତାଙ୍କ ସ୍ବାମୀ ବିବେକଙ୍କଠାରୁ ତାଙ୍କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ସେମାନେ ରିସର୍ଟ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe