ନୂଆଦିଲ୍ଲୀ: ସମାଜସେବୀ ଆନ୍ନା ହଜାରେ ୬ ବର୍ଷ ପରେ ପୁଣି ଥରେ ସତ୍ୟାଗ୍ରହ ଆନ୍ଦୋଳନରେ ବସିଛନ୍ତି। ଆନ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୁର୍ନୀତି ଓ ଚାଷୀଙ୍କ ସମସ୍ୟା ଉପରେ ମନ ଦୁଃଖ କରିଛନ୍ତି। ଏହା ପରେ ସେ ଗାନ୍ଧି ଜୟନ୍ତୀ ଅବସରରେ ରାଜଘାଟରେ ଗୋଟିଏ ଦିନ ପାଇଁ ସତ୍ୟାଗ୍ରହରେ ବସିଛନ୍ତି। ଆନ୍ନା ହଜାରେ କହିଛନ୍ତି, ୬ବର୍ଷ ବିତିଯାଇଥିଲେ ମଧ୍ୟ ଜନଲୋକପାଳ ଆସି ପାରିଲା ନାହିଁ। ମୋଦି ସରକାର ଦୁର୍ନୀତି ଅଟକାଇବାରେ ଫେଲ ହୋଇଛନ୍ତି। ଜନଲୋକପାଳ ଓ ଲୋକାୟୁକ୍ତ ପାଇଁ ଚିନ୍ତିତ ନୁହଁନ୍ତି। ଯଦି ସରକାର ଏ ଦିଗରେ ପଦକ୍ଷେପ ନ ନିଅନ୍ତି, ଡିସେମ୍ବର ଅଥବା ଜାନୁଆରିରେ ପୁଣି ଥରେ ସଙ୍ଘର୍ଷ ପାଇଁ ଆନ୍ଦୋଳନରେ ବସିବେ ବୋଲି ଆନ୍ନା କହିଛନ୍ତି।
ଆନ୍ନା ହଜାରେଙ୍କ ୧୦ଟି ଦାବି
- ଦୁର୍ନୀତିକୁ ଅଟକାଇବା ଭଳି ଆଇନ ଜନଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି।
- ଚାଷୀଙ୍କ ସମସ୍ୟାକୁ ନେଇ ସ୍ୱାମୀନାଥନ ଆୟୋଗର ରିପୋର୍ଟ ଲାଗୁ।
- ଦେଶ ଅନ୍ୟ ରାଜ୍ୟରେ ଚାଷୀ ଆନ୍ଦୋଳନ କରୁଛନ୍ତି ଓ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। କିନ୍ତୁ ସରକାର ଏ ବିଷୟକୁ ଗୁରୁତ୍ୱ ଦେଉ ନାହାନ୍ତି।
- ବିଦେଶରେ ଜମା ହୋଇଥିବା କଳା ଧନ ଭାରତ ଅଣାଯାଉ। ବିମୁଦ୍ରାକରଣରେ ଦେଶରେ ଲୁଚି ରହିଥିବା କଳାଧନ ଉପରେ ଲୋକଙ୍କୁ ହିସାବ ଦିଆଯାଉ।
ନାଗରିକ ସଂହିତା ଲାଗୁ କରାଯାଉ। - ଚାଷୀଙ୍କୁ ଉଚିତ ମୂଲ୍ୟରେ ଜିନିଷ ମିଳୁ।
- ରାଜନୈତିକ ଦଳକୁ ମଧ୍ୟ ନିର୍ବାଚନର ଅଧିକାର ଅଧିନିୟମ ଭିତରେ ଆସିବା ଦରକାର।
- ଦେଶରେ ମହିଳା ସୁରକ୍ଷା ଓ ସମ୍ମାନ ମିଳିବା ଦରକାର। ମହିଳାଙ୍କ ବିରୋଧରେ ହେଉଥିବା ଅନ୍ୟାୟ ବିରୋଧରେ ପଦକ୍ଷେପ ନିଆଯାଉ।
- ଗାନ୍ଧିଙ୍କ ପରିକଳ୍ପିତ ଭାରତ ନିର୍ମାଣ ହେଉ। ଦେଶ ସ୍ୱାଧୀନତା ହାସଲ କରିବାର ୭୦ ବର୍ଷ ପରେ ମଧ୍ୟ ସ୍ୱପ୍ନ ପୂରଣ ହୋଇ ପାରି ନାହିଁ।
- ଲୋକପାଳର ମୁଖ୍ୟ କାର୍ଯ୍ୟାଳୟ, ସିଭିସି, ସିବିଆଇ ଓ ଅଧିକାରୀମାନଙ୍କ ସ୍ତର ଓ ଧାରା ୪୪ରେ ଲୋକପାଳ ଅଧିନରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ସମ୍ପତ୍ତି ଘୋଷଣା କରାଯାଉ।
Follow Us