ନୂଆଦିଲ୍ଲୀ : ଲୋକପାଳ ନିଯୁକ୍ତି ଓ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ଗତକାଲି ଠାରୁ ଦିଲ୍ଲୀ ରାମଲୀଳା ମଇଦାନରେ ବରିଷ୍ଠ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଆରମ୍ଭ କରିଥିବା ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ଗୁଡିକ ଆସି ଏହି ଅନଶନରେ ସାମିଲ ହୋଇଛନ୍ତି। ଦେଶରେ କୃଷକଙ୍କ ସମସ୍ୟାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିବା ଆନ୍ନା କହିଛନ୍ତି ଯେ, ଦେଶବ୍ୟାପୀ କୃଷକଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ଚାଷୀ ମୃତ୍ୟୁର ପ୍ରଥମ କାରଣ। କିନ୍ତୁ ସରକାର କୃଷକଙ୍କୁ ପ୍ରତିଶ୍ରୁତି ଦେଇ ବାରମ୍ବାର ଭଣ୍ଡାଇ ଚାଲିଛନ୍ତି। ଚାଷୀଙ୍କ ସମସ୍ୟାକୁ ନେଇ ଏମ୍.ଏସ୍.ସ୍ୱାମୀନାଥନ କମିଟି ଯେଉଁ ରିପୋର୍ଟ ଦେଇଥିଲେ,ତାହାକୁ ସରକାର କାର୍ଯ୍ୟକାରୀ ନକରିବା ଯାଏଁ ଏହି ଅନଶନ ଜାରି ରହିବ ବୋଲି ଆନ୍ନା ଚେତାବନୀ ଦେଇଛନ୍ତି। ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ଅବାହକ ତଥା ଆନ୍ନାଙ୍କ ଆନ୍ଦୋଳନ ପାଇଁ ଗଠିତ କୋର କମିଟିର ପ୍ରମୁଖ ସଦସ୍ୟ ଅକ୍ଷୟ କୁମାର କହିଛନ୍ତି ଯେ, ସରକାର ଦାବି ପୂରଣ ନକରିବା ଯାଏଁ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ। ଆନ୍ଦୋଳନକୁ ୨ଦିନ ପୂରିଥିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ କୌଣସି ପ୍ରତିନିଧି ବିଚାରବିମର୍ଶ ପାଇଁ ସେଠାକୁ ଯାଇନଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଶ୍ରୀ କୁମାର କହିଥିଲେ। ଅପରପକ୍ଷେ,ଡାକ୍ତରୀ ଦଳ ଲଗାତାର ଭାବେ ଆନ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ତାଙ୍କର ରକ୍ତଚାପ କମିଯାଉଥିବାରୁ ବିଶେଷ ପାଟି ନକରିବା ପାଇଁ ଆନ୍ନାଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us