ଅହମଦନଗର : ଲୋକପାଳ ନିଯୁକ୍ତି ଦାବିରେ ଆମରଣ ଅନଶନରେ ବସିଥିବା ଗାନ୍ଧୀବାଦୀ ସାମାଜିକ କର୍ମୀ ଆନ୍ନା ହଜାରେ ଆଜି ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ମାତ୍ରାଧିକ ଦୁର୍ବଳ ଅନୁଭବ କରିବାରୁ ତାଙ୍କୁ ଆଜି ସକାଳୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କ ମସ୍ତିଷ୍କକୁ ଠିକ୍ ଭାବେ ରକ୍ତ ସଞ୍ଚାଳନ ହେଉନଥିବା ଜଣାପଡ଼ିଛି। ସେଥିପାଇଁ ସେ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିବା ସହ ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବାହାରିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଗତ ଦୁଇ ଦିନ ହେଲା ଆନ୍ନା ନ୍ୟୁରୋ ସମସ୍ୟାରେ ପୀଡ଼ିତ ଅଛନ୍ତି ବୋଲି ତାଙ୍କ ସହଯୋଗୀ ଶ୍ୟାମ ଆସୱା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଲୋକପାଳ ନିଯୁକ୍ତି ଦାବିରେ ଆନ୍ନା ଗତ ଜାନୁଆରି ୩୦ରେ ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ସ୍ଥିତ ରାଲେଗାଓଁ ସିଦ୍ଧି ଗ୍ରାମରେ ଆମରଣ ଅନଶନରେ ବସିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସହ ମାରାଥନ୍ ବୈଠକ ପରେ ସେ ଗତ ୫ ତାରିଖରେ ଅନଶନ ଭାଙ୍ଗିଥିଲେ। ଅନଶନ ସମୟରେ ଆନ୍ନାଙ୍କ ଓଜନ ୫ କେଜି କମିବା ସହ ରକ୍ତଚାପ ମଧ୍ୟ ବଢ଼ିଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us