ଆନ୍ନାଙ୍କ ଗ୍ରାମରେ ଜୁନ୍‌ ୧ରେ ହେବ ‘ଆନ୍ନା ଜାଗୋ’ ଆନ୍ଦୋଳନ

Advertisment
ଆନ୍ନାଙ୍କ ଗ୍ରାମରେ ଜୁନ୍‌ ୧ରେ ହେବ ‘ଆନ୍ନା ଜାଗୋ’ ଆନ୍ଦୋଳନ

Image Courtesy: India Today

ପୁଣେ: ଭେଟେରାନ ସାମାଜିକ ଯୋଦ୍ଧା କିଷାନ ବାବୁରାଓ ଓରଫ ଆନ୍ନା ହଜାରେଙ୍କୁ ଜାଗ୍ରତ କରିବା ପାଇଁ ଏକ ଅଣ-ରାଜନୈତିକ ଗୋଷ୍ଠୀ ଏକାଧିକ ଏନଜିଓଙ୍କ ସହିତ ମିଳିତ ହୋଇ ଆନ୍ନାଙ୍କ ଗ୍ରାମ ମହାରାଷ୍ଟ୍ରର ଅହମ୍ମଦନଗରସ୍ଥିତ ରାଲେଗାଁଓ-ସିଦ୍ଧିରେ ଆସନ୍ତା ଜୁନ ୧ରେ ‘ଆନ୍ନା ଜାଗୋ’ ଆନ୍ଦୋଳନ କରିବେ ବୋଲି ଗୁରୁବାର ଦିନ ଏଠାରେ ଜଣେ ଆୟୋଜକ କହିଛନ୍ତି।

ଦେଶ ବଚାଓ ଜନ ଆନ୍ଦୋଳନ (ଡିବିଜେଏ) ସଭାପତି ସୋମନାଥ କାଶିଦ କହିଛନ୍ତି ଯେ ଜୁନ୍‌ ୧ରେ ମହାରାଷ୍ଟ୍ରର ହଜାର ହଜାର ପୁରୁଷ ଏବଂ ମହିଳା ଆନ୍ନା ହଜାରେଙ୍କ ଗାଁକୁ ଯାଇ ଏହି ଆନ୍ଦୋଳନରେ ସାମିଲ ହେବେ। କାଶିିଦ କହିଛନ୍ତି, ଅହେତୁକ ମୁଦ୍ରାସ୍ଫୀତି ଏବଂ ଇନ୍ଧନର ବ୍ୟାପକ ମୂଲ୍ୟ ବୃଦ୍ଧି, ବିଶେଷ କରି ରନ୍ଧନ ଗ୍ୟାସର ଦର ବୃଦ୍ଧି ପ୍ରତି ହଜାରେଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆମେ ଏକ ‘ଢ଼ୋଲ ବଜାଓ ଆନ୍ଦୋଳନ’ ଆରମ୍ଭ କରିବୁ। ଏସବୁ ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିସହ କରିଥିବାବେଳେ ସେ ଏ ବିଷୟରେ ଅଜ୍ଞ ଥିବା ମନେହୁଏ। ଯେତେବେଳେ ୟୁପିଏ ସରକାର କ୍ଷମତାରେ ଥିଲା, ଆନ୍ନା ହଜାରେ ସମସ୍ତ ପ୍ରକାରର ଆନ୍ଦୋଳନ ଆୟୋଜନ କରିବାରେ ବହୁତ ବ୍ୟସ୍ତ ଥିଲେ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଏନଡିଏ ଶାସନର ଗତ କିଛି ବର୍ଷ ମଧ୍ୟରେ ଲୋକମାନେ ସମସ୍ତ ପ୍ରକାରର ସମସ୍ୟାରେ ଛନ୍ଦି ହୋଇ ଛଟପଟ ହେଉଛନ୍ତି ବୋଲି ସେ କହଛନ୍ତି।

ଲୋକମାନେ ବର୍ତ୍ତମାନ ଖୋଲାଖୋଲି ଭାବରେ ପଚାରୁଛନ୍ତି ଯେ ଆନ୍ନା ହଜାରେ ବର୍ତ୍ତମାନର ପରିସ୍ଥିତିରେ କୌଣସି ଅଭିଯାନ ଆରମ୍ଭ କରିବେ ନା ନାହିଁ। ଅନେକ ରାଜନୈତିକ ଦଳ ଆମ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଆମେ ‘ଢ଼ୋଲ ବଜାଓ, ଆନ୍ନା ଜାଗୋ’ ଆନ୍ଦୋଳନକୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ଯୋଜନା କରୁଛୁ ବୋଲି କାଶିଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe