ହିନ୍ଦୁସ୍ତାନୀ ସଙ୍ଗୀତକାର ତଥା ପଦ୍ମଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କର ପରଲୋକ

Advertisment
ହିନ୍ଦୁସ୍ତାନୀ ସଙ୍ଗୀତକାର ତଥା ପଦ୍ମଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କର ପରଲୋକ

ମୁମ୍ବାଇ: ଭାରତର ପ୍ରସିଦ୍ଧ ହିନ୍ଦୁସ୍ତାନୀ ସଙ୍ଗୀତକାର ତଥା ପଦ୍ମଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କର ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ ଘଟିଛି। ସେ ଗତ ରାତିରେ ୩ ଟା ୫୧ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାଯାଇଛି। ମୃତ୍ୟୁବେଳକୁ ଅନ୍ନପୂର୍ଣ୍ଣା ଦେବୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ପଦ୍ମଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କର ଜନ୍ମ ୧୯୨୭ ମସିହାରେ ମଧ୍ୟ ପ୍ରଦେଶର ମୈହର ସହରରେ ହୋଇଥିଲା। ସେ ଉସ୍ତାଦ୍‌ ଅଲ୍ଲାଉଦ୍ଦିନ୍‌ ଖାନଙ୍କଠାରୁ ସଂଗୀତ ଶିକ୍ଷା କରିଥିଲେ। ତାଙ୍କର ପ୍ରମୁଖ ଶିଷ୍ୟମାନଙ୍କ ଭିତରେ ଆଶିଷ ଖାନ୍‌, (ସରୋଦ୍‌), ଅମିତ ଭଟ୍ଟାଚାର୍ଯ୍ୟ (ସରୋଦ୍‌), ବାହାଦୁର ଖାନ୍‌ (ସରୋଦ୍‌), ବସନ୍ତ କାବରା(ସରୋଦ୍‌), ଏବଂ ହରି ପ୍ରସାଦ ଚୌରାସିଆ (ବଂଶୀ) ପ୍ରମୁଖ।

publive-image

ଅନ୍ନପୂର୍ଣ୍ଣା ଦେବୀ ପ୍ରଖ୍ୟାତ ସଙ୍ଗୀତକାର ରବି ଶଙ୍କରଙ୍କୁ ବିବାହ କରିଥିଲେ। ୧୯୯୨ରେ ରବି ଶଙ୍କରଙ୍କ ଅକାଳ ବିୟୋଗପରେ ସେ ରୁଷି କୁମାର ପାଣ୍ଡ୍ୟାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ରୁଷି କୁମାର ପାଣ୍ଡ୍ୟା ବି ୨୦୧୩ରେ ମୃତ୍ୟୁବରଣ କରିଥିଲେ। ଅନ୍ନପୂର୍ଣ୍ଣା ଦେବୀଙ୍କର ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe