୨୫ କୋଟି ଟଙ୍କା ଲଟେରି ଜିଣିଥିବା ଅନୁପଙ୍କ ଅନୁଶୋଚନା: ପରିସ୍ଥିତି ଏମିତି ହେବ ଜାଣିଥିଲେ ଟିକେଟ କିଣି ନ ଥାଆନ୍ତେ

Advertisment
୨୫ କୋଟି ଟଙ୍କା ଲଟେରି ଜିଣିଥିବା ଅନୁପଙ୍କ ଅନୁଶୋଚନା: ପରିସ୍ଥିତି ଏମିତି ହେବ ଜାଣିଥିଲେ ଟିକେଟ କିଣି ନ ଥାଆନ୍ତେ

ତିରୁବନନ୍ତପୁରମ୍‌: ପୁଅ କୁମ୍ପିରୁ ୫୦ ଟଙ୍କା ଦେଇ କେରଳ ସକାରଙ୍କ ‘ତିରୁବୋନମ୍‌ ବମ୍ପର୍‌’ ଲଟେରି ଟିକେଟ୍‌ ନମ୍ବର ‘ଟିଜେ-୭୫୦୬୦୫’ କିଣି ୨୫ କୋଟି ଟଙ୍କା ଜିଣିଥିବା ଅଟୋଚାଳକ ଅନୁପ ଏବେ ଘଡ଼ିଏ ଶାନ୍ତିରେ ରହିପାରୁ ନାହାନ୍ତି। ‘ସାହାଯ୍ୟ’ ମାଗି ମାଗି ଲୋକେ ତାଙ୍କୁ ଘରେ, ବାହାରେ ଅଥୟ କରି ପକାଉଛନ୍ତି।

‌ଏମିତି ହଟହଟା ହେବେ ବୋଲି ଜାଣିଥିଲେ ସେ ଲଟେରି ଟିକେଟ୍‌ କିଣି ନ ଥାନ୍ତେ ବୋଲି କହି ଅନୁଶୋଚନା କରୁଛନ୍ତି। ଟଙ୍କା ମାଗିବାକୁ ସୁଦୂର କନ୍ନୁରରୁ ମଧ୍ୟ ଅନୁପଙ୍କ ତିରୁବନନ୍ତପୁରମ୍‌ ବାସଭବନରେ ଲୋକେ ହାଜର ହୋଇଯାଉଛନ୍ତି।

publive-image Image Courtesy of ONmanorama

ସୂଚନାଯୋଗ୍ୟ, ୨୫ କୋଟି ଟଙ୍କାରୁ ଟିକସ ବାବଦ ଅର୍ଥ କଟିଯିବା ପରେ ଅନୁପଙ୍କୁ ବାକି ୧୫.୭୫ କୋଟି ଟଙ୍କା ମିଳିବ।

ଟଙ୍କା ମାଗିବାକୁ ଆସୁଥିବା ଲୋକଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ଅନୁପ ଲେଖିଛନ୍ତି: ସଭିଏଁ ଜାଣିବା କଥା ଯେ, ଏଯାବତ୍‌ ମତେ ଲଟେରି ଟଙ୍କା ମିଳିନାହିଁ।

publive-image Image Courtesy of Youthistan

ନିଜ ଘରେ ବି ଆମକୁ ବନ୍ଦୀ ହେବା ଭଳି ଲାଗୁଛି। ମାସ୍କ ପିନ୍ଧି ମଧ୍ୟ ଆମେ ଘରୁ ବାହାରି କୁଆଡ଼େ ଯାଇଆସି ପାରୁନାହୁଁ। ଯୁଆଡ଼େ ଗଲେ ଲୋକେ ଆମକୁ ଘେରି ଯାଉଛନ୍ତି। ଅବସ୍ଥା ଏମିତି ହେଲାଣି ଯେ, ଆମେ ଘର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ବିଚାର କରୁଛୁ।

ନିଃଶ୍ବାସ ନେବାରେ କଷ୍ଟ ହେଉଥିବାରୁ ଗତ କେତେ ମାସ ହେବ କାମକୁ ଯାଇ ପାରୁ ନ ଥିବା ଅନୁପ କହିଛନ୍ତି ଯେ, ପ୍ରାପ୍ତ ଟଙ୍କାକୁ ସେ ‘ଫିକ୍ସ୍‌ ଡିପୋଜିଟ୍‌’ କରିବେ।

ସେ କହିଛନ୍ତି, ମୁଁ ଜଣେ ସରଳିଆ ଲୋକ। ଟିକସ ବ୍ୟବସ୍ଥା କ’ଣ ଓ କେମିତି ଟଙ୍କାପଇସା ରଖାଯାଏ ମତେ ଜଣାନାହିଁ। ଏ ବିଷୟରେ ଜ୍ଞାନ ଥିବା ବ୍ୟକ୍ତିଙ୍କ ପରାମର୍ଶ ମାନି ଯାହା କିଛି କରିବି। ପ୍ରାପ୍ତ ଅର୍ଥକୁ ଏବେ ‘ଫିକ୍ସ୍‌ ଡିପୋଜିଟ୍‌’ କରିଦେବି ବୋଲି ଭାବିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe