ଆଫଗାନିସ୍ତାନ ଉପରେ ପୁଣି ଆକ୍ରମଣ: ଅସ୍ତ୍ରବିରତି ଶେଷ ଘୋଷଣା, ପାକିସ୍ତାନୀ ସେନା ଶିବିର ଉପରେ ଆତ୍ମଘାତୀ ଆକ୍ରମଣ

ଆଫ୍‌ଗାନିସ୍ତାନ ଉପରେ ପାକ୍‌ ବାୟୁସେନା ଆଜି ରାତିରେ ପୁଣି ଆକ୍ରମଣ କରିଛି। ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି କରିବାକୁ ପାକିସ୍ତାନ ଓ ଆଫଗାନିସ୍ତାନ ସହମତି ପ୍ରକାଶ କରିବାର ମାତ୍ର  କିଛି ଘଣ୍ଟା ପରେ  ପାକ୍‌ ସେନା ତା’ର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍‌ରେ....

dagdagdzcvvc

ଇସଲାମାବାଦ/କାବୁଲ: ଆଫ୍‌ଗାନିସ୍ତାନ ଉପରେ ପାକ୍‌ ବାୟୁସେନା ଆଜି ରାତିରେ ପୁଣି ଆକ୍ରମଣ କରିଛି। ୪୮ ଘଣ୍ଟିଆ ଅସ୍ତ୍ରବିରତି ବୃଦ୍ଧି କରିବାକୁ ପାକିସ୍ତାନ ଓ ଆଫଗାନିସ୍ତାନ ସହମତି ପ୍ରକାଶ କରିବାର ମାତ୍ର  କିଛି ଘଣ୍ଟା ପରେ  ପାକ୍‌ ସେନା ତା’ର ରଣନୀତି ବଦଳାଇ ଡୁରାଣ୍ଡ ଲାଇନ୍‌ରେ ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଛି। ପାକିସ୍ତାନର ବିମାନ ଆକ୍ରମଣ ପରେ ତାଲିବାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅସ୍ତ୍ରବିରତି ଶେଷ ହୋଇଛି ଏବଂ ପାକିସ୍ତାନ ପ୍ରଥମେ ଏହାର ଉଲ୍ଲଂଘନ କରିଥିବାରୁ ଆମେ କଡ଼ା ଜବାବ ଦେବୁ। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଥିବା ଅରଗୁନ୍ ଏବଂ ବର୍‌ମାଲ ଜିଲ୍ଲାର ଅନେକ ଘର ବୋମାମାଡ଼ରେ ଧ୍ବଂସ ହୋଇଥିବା ବେଳେ ମୃତାହତଙ୍କ ସଂପର୍କରେ ରିପୋର୍ଟ ମିଳିନାହିଁ। ପାକ୍‌ ଆକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ଆଶ୍ରୟରେ ରହିବାକୁ  ତାଲିବାନ ପ୍ରଶାସନ କହିଛି। ଅନ୍ୟପକ୍ଷରେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ବଢୁଥିବା ଭୟାନକ ଉତ୍ତେଜନାକୁ କମ୍ କରିବା ପାଇଁ କତରର ରାଜଧାନୀ ଦୋହାରେ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଆଜି ଅଧିକାରୀସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଶୀର୍ଷ ସାମରିକ ଅଧିକାରୀ ଓ ସରକାରର ପ୍ରମୁଖ ପ୍ରତିନିଧିଙ୍କ ମଧ୍ୟରେ ମୁଖ୍ୟ ଆଲୋଚନା ହେବ। ପୂର୍ବରୁ ଉଭୟ ରାଷ୍ଟ୍ର ମଧ୍ୟରେ ୪୮ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ଏବଂ ତାହା ଆଜି ସନ୍ଧ୍ୟାରେ ଶେଷ ହେବା ପୂର୍ବରୁ ଅସ୍ତ୍ରବିରତି ମିଆଦ ବଢ଼ାଯାଇଥିଲା।   ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହି ଅସ୍ତ୍ରବିରତି ମିଆଦ ଜାରି ରହିବ ବୋଲି କୁହାଯାଇଥିବା ବେଳେ ଏହାର କିଛି ଘଣ୍ଟା ପରେ ପାକିସ୍ତାନ ହଠାତ ବୋମାମାଡ଼ ଆରମ୍ଭ କରିଥିଲା।   

ଅସ୍ତ୍ରବିରତି ଶେଷ ଘୋଷଣା 
ପାକିସ୍ତାନୀ ସେନା ଶିବିର ଉପରେ ଆତ୍ମଘାତୀ ଆକ୍ରମଣ
୭ ସୈନିକଙ୍କ ମୃତ୍ୟୁ, ୧୩ ଆହତ

ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ପାକିସ୍ତାନର ଖୈବର ପଖ୍‌ତୁନ୍‌ଖ୍ବା ପ୍ରଦେଶର ଉତ୍ତର ଵଜିରିସ୍ତାନର ମୀର୍‌ ଅଲୀ ଅଞ୍ଚଳରେ ଥିବା ଏକ ସେନା ଶିବିର ଉପରେ  ଆଜି ସକାଳେ ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୭ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ସୀମା ନିକଟସ୍ଥ ହାଦୀ ଫୋର୍ଟ ସେନା ଶିବିରକୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିଲା।

ସୂଚନା ଅନୁଯାୟୀ, ଜଣେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ ଟ୍ରକ୍‌କୁ ସେନା ଶିବିରର କାନ୍ଥରେ ଧକ୍କା ଦେଇଥିଲା। ବିସ୍ଫୋରଣ ପରେ ତିନି ଜଣ ଅନ୍ୟ ଆକ୍ରମଣକାରୀ ଶିବିର ଭିତରେ ପଶି ଗୁଳିବର୍ଷା କରିଥିଲେ। ପାକିସ୍ତାନୀ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆତ୍ମଘାତୀ ଆକ୍ରମଣକାରୀ ସମେତ ଚାରି ଜଣ ଆତଙ୍କୀ ନିହତ ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ଶିବିର ଉପରେ ଆକ୍ରମଣର ଭିଡିଓ ଭାଇରାଲ ହୋଇଛି। ଏହି ଆକ୍ରମଣ ପାଇଁ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)  ନିଜକୁ ଦାୟୀ କରିଛି। ସେମାନେ ଦାବି କରିଛନ୍ତି ଯେ ଏହି ଆକ୍ରମଣ ତାଙ୍କର ସ୍ଥାନୀୟ ସଂଗଠନ ପକ୍ଷରୁ କରାଯାଇଛି। ନିକଟରେ  ପାକିସ୍ତାନୀ ସେନା  ଉତ୍ତର ଵଜିରିସ୍ତାନ ଓ ଆଫଗାନ ସୀମାରେ କରିଥିବା ଏୟାର ଷ୍ଟ୍ରାଇକ୍‌ର ଏହା ପ୍ରତିଶୋଧ ବୋଲି ଟିଟିପି କହିଛି।  ସୂଚନାଯୋଗ୍ୟ, ଏହି ଏୟାର ଷ୍ଟ୍ରାଇକ୍‌ରେ ଟିଟିପିର ଅନେକ ଆତଙ୍କୀ ନିହତ ହୋଇଥିଲେ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe