ପାକ୍ ସେନା ଉପରେ ବଲୋଚ ବିଦ୍ରୋହୀଙ୍କ ବଡ଼ ଆକ୍ରମଣ

ଜାଫର ଏକ୍ସପ୍ରେସ୍ ଟ୍ରେନ୍ ଅପହରଣ ଘଟଣା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରବିବାର (ମାର୍ଚ୍ଚ ୧୬) ବେଲୁଚିସ୍ତାନରେ ସେନା ବାହିନୀ ଉପରେ ଆଉ ଏକ ଆକ୍ରମଣ କରିଛି ବିଏଲଏ। ଏହି ଆକ୍ରମଣ ପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ନିଜକୁ ଦାୟୀ କରିଛି ।

ଅଦ୍ୟତନ ହୋଇଛି
bla

କରାଚୀ : ଜାଫର ଏକ୍ସପ୍ରେସ୍ ଟ୍ରେନ୍ ଅପହରଣ ଘଟଣା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରବିବାର (ମାର୍ଚ୍ଚ ୧୬) ବେଲୁଚିସ୍ତାନରେ ସେନା ବାହିନୀ ଉପରେ ଆଉ ଏକ ଆକ୍ରମଣ କରିଛି ବିଏଲଏ। ଏହି ଆକ୍ରମଣ ପାଇଁ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ନିଜକୁ ଦାୟୀ କରି କହିଛି ଯେ ସେମାନେ ଏହି ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସୈନିକଙ୍କୁ ନିହତ କରିଛନ୍ତି।

ବେଲୁଚିସ୍ତାନ ପୋଷ୍ଟ ଅନୁଯାୟୀ, ନୋଶକିରେ ପାକିସ୍ତାନୀ ସେନା ବାହିନୀ ଉପରେ ଆକ୍ରମଣ ହୋଇଥିଲା। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରସିଡି ରାଜପଥରେ ଏହି ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। କ୍ରମାଗତ ଭାବେ ଅନେକ ବିସ୍ଫୋରଣ ହେବା ପରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଆକ୍ରମଣ ପରେ ଅନେକ ଆମ୍ବୁଲାନ୍ସ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଯାଉଥିବା ବେଳେ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

ବିଏଲଏ ମୁଖପାତ୍ର ଜିଆଣ୍ଡ ବଲୋଚ କହିଛନ୍ତି, ବିଏଲଏର ଫିଦାଇନ ଶାଖା ମାଜିଦ ବ୍ରିଗେଡ କିଛି ଘଣ୍ଟା ପୂର୍ବରୁ ନୋଶିକିର ଆରସିଡି ହାଇୱେରେ ରସଖାନ ମିଲ ନିକଟରେ ପାକ୍ ସେନାର କାଫିଲାକୁ ଟାର୍ଗେଟ କରିଥିଲା। ଏହି ଗାଡ଼ିରେ ୮ଟି ବସ୍ ଥିଲା, ଯେଉଁଥିରୁ ଗୋଟିଏ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe