ଆଉ ଜଣେ ବଙ୍ଗଳା ଅଭିନେତ୍ରୀଙ୍କ ଆତ୍ମହତ୍ୟା

Advertisment
ଆଉ ଜଣେ ବଙ୍ଗଳା ଅଭିନେତ୍ରୀଙ୍କ ଆତ୍ମହତ୍ୟା

hindisip.com

କୋଲକାତା : ପଶ୍ଚିମବଂଗର ଟିଭି ଅଭିନେତ୍ରୀ ତଥା ମଡେଲ ବିଦିଶା ଦେ ମଜୁମଦାର (୨୧)ଙ୍କ ସନ୍ଦେହଜନକ ମୃତ୍ୟୁର କିଛି ଘଣ୍ଟା ପରେ ଶୁକ୍ରବାର ଦିନ ସହରରେ ଆଉ ଜଣେ ଅଭିନେତ୍ରୀଙ୍କ ମୃତଦେହ ମିଳିଛି। ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ତିନିଜଣ ଅଭିନେତ୍ରୀଙ୍କ ଏହିଭଳି ମୃତ୍ୟୁ ହେଲାଣି।

ଅଭିନେତ୍ରୀ ମଞ୍ଜୁଷା ନିୟୋଗୀଙ୍କ ପାଟୁଳିସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ଶବ ଜବତ କରାଯାଇଛି। ମଞ୍ଜୁଷା ବିଦିଶାଙ୍କ ଅତି ନିକଟତର ଥିଲେ। ବୁଧବାର ବିଦିଶାଙ୍କ ମୃତ୍ୟୁ ହେବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ବିଦିଶାଙ୍କ ମୃତ୍ୟୁ ଫଳରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ମଞ୍ଜୁଷାଙ୍କ ପରିବାର ପକ୍ଷରୁ କୁହାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe