କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ: ୫ ମାସରେ ଅଷ୍ଟମ ଚିତା ମୃତ୍ୟୁ

Advertisment
କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ: ୫ ମାସରେ ଅଷ୍ଟମ ଚିତା ମୃତ୍ୟୁ

ଭୋପାଳ: ଦେଶରେ ଚିତା ପ୍ରକଳ୍ପକୁ ଶୁକ୍ରବାର ପୁଣି ଏକ ଝଟ୍‌କା ଲାଗିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଶୁକ୍ରବାର ଦିନ ପୁଣି ଏକ ଚିତାର ମୃତ୍ୟୁ ହୋଇଛି। ଏଥିସହ ୫ ମାସ ମଧ୍ୟରେ ୮ଟି ଚିତାଙ୍କର ମୃତ୍ୟୁ ହେଲାଣି। ଆଜି ଭୋର ସମୟରେ ପାଟ୍ରୋଲିଂ ଟିମ୍‌ ଚିତା ସୂରଜକୁ ମୃତ ଅବସ୍ଥାରେ ଦେଖିଥିଲେ। ତେଜସର ମୃତ୍ୟୁ ହେବାପରେ ଆଜି ପୁଣି ସୂରଜର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି। ଗତ ମଙ୍ଗଳବାର ଦିନ ତେଜସର ମୃତ୍ୟୁ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୭ରେ ପ୍ରଥମେ ମାଈ ଚିତା ଶାଶାର ମୃତ୍ୟୁ ହୋଇଥିଲା। ଏପ୍ରିଲ ମାସରେ ଦକ୍ଷିଣ ଆଫ୍ରିକାର ଏକ ଅଣ୍ଡିରା ଚିତା ଉଦୟର ମୃତ୍ୟୁ ହେଲା। ମେ’ରେ ପୁଣି ଏକ ମାଈ ଚିତା ଦକ୍ଷାର ମୃତ୍ୟୁ ହେଲା। ତେବେ ମାର୍ଚ୍ଚରେ ସିୟାୟା ୪ଟି ଶାବକଙ୍କୁ ଜନ୍ମ ‌ଦେଇଥିଲା। ଏହି ୪ ଶାବକ ମଧ୍ୟରୁ ୩ଟି ଶାବକଙ୍କର ମେ’ରେ ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୭ରେ ନାମିବିୟରୁ କୁନୋକୁ ୮ଟି ଚିତା ଆସିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକାରୁ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୨ଟି ଚିତାଙ୍କୁ ଅଣାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe