ଭାରତ ମହାସାଗରରେ ଚୀନ୍‌ର ଆଉ ଏକ ଗୁଇନ୍ଦା ଜାହାଜ

Advertisment
ଭାରତ ମହାସାଗରରେ ଚୀନ୍‌ର ଆଉ ଏକ ଗୁଇନ୍ଦା ଜାହାଜ

ନୂଆଦିଲ୍ଲୀ : ଭାରତର ପୂର୍ବ ନିର୍ଦ୍ଧାରିତ କ୍ଷେପଣାସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମର କିଛିଦିନ ପୂର୍ବରୁ ଚୀନ୍‌ ଭାରତ ମହାସାଗରରେ ଏକ ଗୁଇନ୍ଦା ଜାହାଜ ମୁତୟନ କରିଥିବା ଜଣାପଡ଼ିଛି। ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଚୀନ୍‌ର ଏଭଳି ଏକ ଜାହାଜ ପହଞ୍ଚିବାର ୩ ମାସ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଚୀନ୍‌ ନୌସେନା ଦ୍ବାରା ଭାରତ ମହାସାଗରରେ ମୁତୟନ ହୋଇଥବା ଏହି ଜାହାଜ ସଂପୂର୍ଣ୍ଣ ଭାବେ ଗୁଇନ୍ଦାଗିରି ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିବା ପରେ ଭାରତ ଏହା ଉପରେ ସତର୍କ ନଜର ରଖିଛି। ଭାରତ ମହାସାଗରରେ ବିଭିନ୍ନ ଜାହାଜର ଗତିବିଧି ଏବଂ ଭାରତର କ୍ଷେପଣାସ୍ତ୍ର ପରୀକ୍ଷା ଉପରେ ନଜର ରଖିବା ପାଇଁ ଏଭଳି ମୁତୟନ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଚୀନ୍‌ ସର୍ବଦା ଏଭଳି ପଦକ୍ଷେପକୁ ଗବେଷଣା କାର୍ଯ୍ୟକ୍ରମ କହି ନିଜକୁ ସୁରକ୍ଷା ଦେଇଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe