କୁନୋ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ଘଟିଛି। ବନ ବିଭାଗ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ପାର୍କ ଭିତରେ ଏକ ଡ୍ରେନରେ ନାମିବିଆରୁ ଆସିଥିବା ଚିତା ପବନର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାଣିରେ ବୁଡ଼ି ପବନର ମୃତ୍ୟୁ ହୋଇଥିବା କୁହାଯାଉଛି। ବର୍ତ୍ତମାନ ତା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କିଛି ଦିନ ତଳେ ପାର୍କରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଛୁଆର ମୃତ୍ୟୁ ଘଟିଥିଲା।
ପାଣିରେ ବୁଡ଼ି ପବନର ମୃତ୍ୟୁ ହୋଇଥିବା କୁହାଯାଉଛି। ବର୍ତ୍ତମାନ ତା ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କିଛି ଦିନ ତଳେ ପାର୍କରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଛୁଆର ମୃତ୍ୟୁ ଘଟିଥିଲା।
କୁନୋ ନ୍ୟାସନାଲ ପାର୍କ ଅଧିକାରୀଙ୍କ କହିବା ଅନୁସାରେ ପବନ ହେଉଛି ଏକମାତ୍ର ପୁରୁଷ ଚିତା ଯାହାକୁ ଏନକ୍ଲୋଜରରୁ ଖୋଲା ଜଙ୍ଗଲକୁ ଛଡ଼ାଯାଇଥିଲା । ଜଙ୍ଗଲରେ ପବନର ସମସ୍ତ ଗତିବିଧି ଉପରେ ବନ ବିଭାଗ ଅଧିକାରୀମାନେ ନଜର ରଖିଥିଲେ।
ଅଧିକ ପଢନ୍ତୁ : ଜାପାନ ବାୟୁସୀମା ଟପିଲା ଚୀନର ଲଢୁଆ ବିମାନ
ମଙ୍ଗଳବାର ବନବିଭାଗ ଟିମ୍ ତା ସ୍ଥାନ ଖୋଜିବାକୁ ଚେଷ୍ଟା କରୁଥିବା ବେଳେ ଦୀର୍ଘ ସମୟ ଧରି ପବନର ଗତିବିଧି ଦେଖିବାକୁ ମିଳିନଥିଲା। ଯାହା ପରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ଏହା ପରେ ପାର୍କ ଭିତରେ ଥିବା ଏକ ଡ୍ରେନରୁ ଚିତାର ମୃତଦେହ ମିଳିଥିଲା । ମୃତଦେହଟି ଡ୍ରେନ୍ ରେ ପଡ଼ି ରହିଥିଲା। ଯେତେବେଳେ ତାକୁ ବାହାର କରି ପରୀକ୍ଷା କରାଗଲା, ସେତେବେଳେ ପବନର ମୃତ୍ୟୁ ହୋଇସାରିଥିଲା। ପ୍ରବଳ ବର୍ଷା ହେତୁ ଡ୍ରେନ୍ ବନ୍ଦ ହୋଇଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପବନର କୌଣସି ବାହ୍ୟ ଆଘାତ ନାହିଁ । ତେଣୁ ପାଣିରେ ବୁଡ଼ି ପବନର ମୃତ୍ୟୁ ଘଟିଥିଲା।
ଅଧିକ ପଢନ୍ତୁ : ସରକାର-ରାଜ୍ୟପାଳ ମୁହାଁମୁହିଁ: ଅଗଷ୍ଟ ୩୧ରେ କଂଗ୍ରେସର ପଦଯାତ୍ରା...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/5ivAnRxmUguX3SWRCM72.jpeg)