ରାଜ୍ୟସଭା ସଚିବାଳୟ ଅଧିକାରୀ କୋଭିଡ୍-୧୯ ସଂକ୍ରମିତ: ଅଫିସ୍‌ର ଦ୍ବିତୀୟ ମହଲା ସିଲ୍

Advertisment
ସଂସଦରେ କରୋନା ଆଲୋଚନାବେଳେ ମୃତ ଏମ୍‌ପିଙ୍କ ମାଇକ୍‌ କାଟି ଦିଆଯାଇଥିଲା

Image Source: Hindustan Times

ନୂଆଦିଲ୍ଲୀ: ରାଜ୍ୟସଭା ସଚିବାଳୟରେ ନିଯୁକ୍ତ ଜଣେ ଅଧିକାରୀ କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଜଣାପଡ଼ିଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ପତ୍ନୀ ଓ ପିଲାମାନେ ମଧ୍ୟରେ ରୋଗାକ୍ରାନ୍ତ ହୋଇଥିବା ସେମାନେ କହିଛନ୍ତି।

ସେ ଅଧିକାରୀଙ୍କ କାର୍ଯ୍ୟାଳୟ ଥିବା ପାର୍ଲାମେଣ୍ଟ୍ ସଂଲଗ୍ନ ଅଟ୍ଟାଳିକାର ପଞ୍ଚମ ମହଲାକୁ ସିଲ୍ କରାଯାଇ ବ‌ିଶୋଧନ କରାଯାଉଛି। ତାଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନଙ୍କୁ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି।

publive-image Image Source: India Today

ସଂକ୍ରମିତ ଅଧିକାରୀଜଣକ ମେ ୧୨ ତାରିଖ ଯାଏଁ କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କ କାର୍ଯ୍ୟାଳୟ ଥିବା ଅଟ୍ଟାଳିକାରେ ଅଧିକାଂଶ ସଂସଦୀୟ କର୍ମଚାରୀଙ୍କ କର୍ମସ୍ଥଳୀ ଏବଂ ହାଉସ୍ ପାନେଲ୍ ମିଟିଙ୍ଗ୍ ପାଇଁ ଚାମ୍ବର୍ସ ରହିଛି। ଏହି ଅଟ୍ଟାଳିକାଟି ପାର୍ଲାମେଣ୍ଟ୍ ଭବନ ଠାରୁ ପ୍ରାୟ ୧୦୦ ମିଟର୍ ଦୂର। ଏହି ଅଟ୍ଟାଳିକାକୁ ଏକ ସ୍ବତନ୍ତ୍ର ରାସ୍ତା ଦ୍ବାରା ସଂଯୋଗ କରାଯାଇଛି। ପୂର୍ବରୁ ଏହି ରାସ୍ତା ଥିଲା ତଳକାତୋରା ରାସ୍ତାର ଅଂଶ।

ସମ୍ପାଦକୀୟ ଏବଂ ଅନୁବାଦ ସେବାରେ କାର୍ଯ୍ୟରତ ଜଣେ ବରିଷ୍ଠ ପାର୍ଲାମେଣ୍ଟ୍‌ ଅଧିକାରୀ କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିବାର ପ୍ରାୟ ସପ୍ତାହକ ପରେ ଆଜିର ଘଟଣା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe