ଖୁବ୍‌ଶୀଘ୍ର ଭାରତରେ ଆଉ ଏକ କୋଭିଡ୍‌ ଲହର ଆସିବ

୩ ରାଜ୍ୟରେ ଫେରିଲା କଟକଣା, ସକ୍ରିୟ ସଂକ୍ରମଣ ୩୨ ହଜାର ଟପିଲା

ପୁଣି ଜଣେ ଭର୍ତ୍ତି, ବଢ଼ୁଛି କୋଭିଡ୍ ରୋଗୀ ସଂଖ୍ୟା

World Health Organization (WHO)

ନୂଆଦିଲ୍ଲୀ: ଦେଶରେ ଖୁବ୍‌ ଶୀଘ୍ର ଆଉ ଏକ କୋଭିଡ୍‌ ଲହର ଆସିବ। ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ଖୁବଶୀଘ୍ର ନୂଆ କରୋନା ଲହର ଆସିବ। ଭାରତ ଏହାକୁ ନିୟନ୍ତ୍ରଣ କରିବାପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କରୋନା ଟିକାକରଣ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ର ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ କହିଛନ୍ତି। ସେ କହିଛନ୍ତି, ଗତ ୬ ମାସ ମଧ୍ୟରେ ଆମେ କିଛି ରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ଦେଖିଛୁ। କିନ୍ତୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିନାହିଁ କି ଆଇସିୟୁ ଭର୍ତ୍ତି ମଧ୍ୟ ବଢ଼ିନି। ଡକ୍ଟର ପୁନମ କହିଛନ୍ତି, ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ଆଉ ଏକ ନୂଆ ଲହର ଆସିବ ବୋଲି ଆଶଙ୍କା କରାଯାଉଛି। ଏହି ଲହର ପୂର୍ବ ଭଳି ବିପଜ୍ଜନକ ହେବ ନାହିଁ। କିନ୍ତୁ ଆମକୁ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କରୋନା ନିୟନ୍ତ୍ରଣ ଦିଗରେ ଟିକାକରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଟିକାକରଣ ବୃଦ୍ଧି କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଡକ୍ଟର ପୁନମ କହିଛନ୍ତି, କରୋନାର ଲକ୍ଷଣ ଦେଖାଦେଲେ ଆମେ ନିଜକୁ ପୃଥକ୍‌ କରି ରଖିବା ଉଚିତ।

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୩ଟି ରାଜ୍ୟରେ କରୋନା କଟକଣା ଫେରିଛି। ହରିୟାଣା ସରକାର ରାଜ୍ୟରେ ସର୍ବସାଧାରଣ ସ୍ଥଳରେ ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ହରିୟାଣା ସ୍କୁଲରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେହିପରି କେରଳରେ ମଧ୍ୟ ଗର୍ଭବତୀ ଏବଂ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପୁଡ଼ୁଚେରୀ ପ୍ରଶାସନ ବି ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୩୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ସଂକ୍ରମଣ ୩୨ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୭୮୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୭ ପ୍ରତିଶତ ଏବଂ ଜାତୀୟ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୦,୯୬୫ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe