ଶିବସେନା‌ରେ ଆଉ ଏକ ବିଭାଜନ: ନୂଆ ଜାତୀୟ କାର୍ଯ୍ୟକାରିଣୀ ଗଠନ କଲେ ସିନ୍ଦେ

Advertisment

ସିନ୍ଦେ ମୁଖ୍ୟ‌ ନେତା, ଠାକ୍‌ରେ ଦଳର ସଭାପତି, ୧୨ ଶିବସେନା ସାଂସଦ ବାଚସ୍ପତିଙ୍କୁ ଭେଟିଲେ

ସିନ୍ଦେ ମୁଖ୍ୟ‌ ନେତା, ଠାକ୍‌ରେ ଦଳର ସଭାପତି, ୧୨ ଶିବସେନା ସାଂସଦ ବାଚସ୍ପତିଙ୍କୁ ଭେଟିଲେ

ଶିବସେନା‌ରେ ଆଉ ଏକ ବିଭାଜନ: ନୂଆ ଜାତୀୟ କାର୍ଯ୍ୟକାରିଣୀ ଗଠନ କଲେ ସିନ୍ଦେ

Asianet News Hindi

ନୂଆଦିଲ୍ଲୀ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଆଜି ପୁଣି ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ନୂ୍ଆ ଜାତୀୟ କାର୍ଯ୍ୟକାରିଣୀ ଗଠନ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜକୁ ଶିବସେନାର ‘ମୁଖ୍ୟ ନେତା’ ଘୋ‌ଷଣା କରିଥିବା ବେଳେ ନୂଆ ଜାତୀୟ କାର୍ଯ୍ୟକାରିଣୀରେ ସିନ୍ଦେ ଗୋଷ୍ଠୀର ବିଧାୟକମାନେ ଅଛନ୍ତି। ତେବେ ଠାକ୍‌ରେ ପୂର୍ବ ପରି ଦଳର ସଭାପତି ଅଛନ୍ତି ଏବଂ ସିନ୍ଦେଙ୍କ ପାଇଁ ନୂଆ ପଦବି ସୃଷ୍ଟି ହୋଇଛି। ସ‌ିନ୍ଦେ ହେଉଛନ୍ତି ମୁଖ୍ୟ ନେତା। ଉଦ୍ଧବ ଠାକ୍‌ରେ ଦଳର ଅଧ୍ୟକ୍ଷ ରହିଲେ ମଧ୍ୟ ସିନ୍ଦେଙ୍କ ନେତୃତ୍ବରେ ହିଁ ସବୁ କାମ ହେବ। ସିନ୍ଦେ ଗୋଷ୍ଠୀର ଜଣେ ନେତା କହିଛନ୍ତି, ନୂଆ କାର୍ଯ୍ୟକାରିଣୀ ଦ୍ବାରା ଗୃହୀତ ହୋଇଥିବା କିଛି ପ୍ରସ୍ତାବ ସହ ସେମାନେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେବେ ଏବଂ ନିଜକୁ ବାସ୍ତବ ଶିବସେନା ବୋଲି ଦାବି କରିବେ।

ନୂଆ ଜାତୀୟ କାର୍ଯ୍ୟକାରିଣୀ ଗଠନ କଲେ ସିନ୍ଦେ
ସିନ୍ଦେ ମୁଖ୍ୟ‌ ନେତା, ଠାକ୍‌ରେ ଦଳର ସଭାପତି
୧୨ ଶିବସେନା ସାଂସଦ ବାଚସ୍ପତିଙ୍କୁ ଭେଟିଲେ
ସିନ୍ଦେ ଗୋଷ୍ଠୀକୁ ଲୋକସଭାରେ ସ୍ବୀକୃତି, ଶେୱାଲେ ନୂଆ ନେତା

ସିନ୍ଦେ ଗୋଷ୍ଠୀ ଦ୍ବାରା ଗଠନ ହୋଇଥିବା ନୂ୍ଆ ଜାତୀୟ କାର୍ଯ୍ୟକାରିଣୀରେ ବିଦ୍ରୋ‌ହୀ ବିଧାୟକ ଦୀପକ କେସରକର ଦଳର ମୁଖପାତ୍ର ନିଯୁକ୍ତ ହୋଇଛନ୍ତି। ନିଯୁକ୍ତ ହୋଇଥିବା ସମସ୍ତ ନୂଆ ନେତାମାନେ ବିଦ୍ରୋହୀ ବିଧାୟକ। ଅନ୍ୟପକ୍ଷେ ଶିବସେନାର ୧୯ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ୧୨ ସାଂସଦ ଗତକାଲି ଭର୍ଚୁଆଲ ଭାବେ ସିନ୍ଦେଙ୍କ ସହ ଆଲୋଚନା କରିଥିଲେ। ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କ ସମେତ ମୋଟ୍‌ ୧୨ ଜଣ ସେନା ସାଂସଦ ଆଜି ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କୁ ଏକ ଭିନ୍ନ ଗୋଷ୍ଠୀ ବିବେଚନା କରିବାପାଇଁ ଦାବି କରିଛନ୍ତି। ଲୋକସଭାରେ ଶିବସେନାର ନେତା ବଦଳାଇବାପାଇଁ ସେମାନେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ଏବଂ ବାଚସ୍ପତି ଏହାକୁ କାର୍ଯ୍ୟକାରୀ କରିଛନ୍ତି। ବିନାୟକ ରାଉତଙ୍କ ସ୍ଥାନରେ ରାହୁଲ ଶେୱାଲେଙ୍କୁ ଦଳର ନେତା ନିଯୁକ୍ତ କରାଯାଇଛି । ବାଚସ୍ପତି ଓମ୍‌ ବିର୍ଲା ଏହି ପ୍ରସ୍ତାବକୁ ସ୍ବୀକୃତି ଦେଇଛନ୍ତି ବୋଲି ଆଜି ସନ୍ଧ୍ୟାରେ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe