ଆଫଗାନିସ୍ତାନରେ ପୁଣି ଆସିଲା ଭୂମିକମ୍ପ, ତୀବ୍ରତା ୬.୬

ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ୧୪୦୦ ଟପିଯାଇଛି । ଏହାର ଦିନକ ପରେ ଆଜି ମଧ୍ୟ ଆଫଗାନିସ୍ତାନରେ ଆଉ ଏକ ଭୂମିକମ୍ପ ଆସିଛି । ଦେଶର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ୬.୬ ଥିଲା ବୋଲି ଜଣାପଡ଼ିଛି ।

Gzvd5BZbUAALC-s


କାବୁଲ :  ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ୧୪୦୦ ଟପିଯାଇଛି । ଏହାର ଦିନକ ପରେ ଆଜି ମଧ୍ୟ ଆଫଗାନିସ୍ତାନରେ ଆଉ ଏକ ଭୂମିକମ୍ପ ଆସିଛି । ଦେଶର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ୬.୬ ଥିଲା ବୋଲି ଜଣାପଡ଼ିଛି । ଏତେବଡ଼ ବିପର୍ଯ୍ୟୟ ପରେ  ତାଲିବାନ ସମଗ୍ର ବିଶ୍ବକୁ ସହାୟତା ମାଗିଛି । ଭାରତ ସରକାର ଆଫଗାନିସ୍ତାନକୁ ସହାୟତା ପଠାଇଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ।

ଆଫଗାନିସ୍ତାନର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ପୂର୍ବ ଆଫଗାନିସ୍ତାନର ଜଲାଲାବାଦରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୪୦୦ ରୁ ଅଧିକ ହୋଇଛି ଏବଂ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ଭୂମିକମ୍ପରେ ୧୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ 'ଏକ୍ସ' ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୪୦୦ ଅତିକ୍ରମ କରିଛି। ସେ କହିଛନ୍ତି ଯେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ବଞ୍ଚିଥିବା ଲୋକଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ଅଞ୍ଚଳରେ ଅଭିଯାନ ଚଳାଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ, ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ରହିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe