ଅନନ୍ତନାଗରେ ଗୁଳିବିନିମୟରେ ଓଡିଆ ଯବାନ ଅଜିତ ସାହୁ ସହିଦ୍ ,ଆର୍ମି କ୍ୟାମ୍ପରୁ ଅଜିତଙ୍କ ବାପାଙ୍କ ପାଖକୁ ଆସିଲା ଫୋନ୍ କଲ୍

Advertisment
ଅନନ୍ତନାଗରେ ଗୁଳିବିନିମୟରେ ଓଡିଆ ଯବାନ ଅଜିତ ସାହୁ ସହିଦ୍ ,ଆର୍ମି କ୍ୟାମ୍ପରୁ ଅଜିତଙ୍କ ବାପାଙ୍କ ପାଖକୁ ଆସିଲା ଫୋନ୍ କଲ୍

କାମାକ୍ଷା ନଗର  : ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଗୁଳିବିନିମୟରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । କାମାକ୍ଷାନଗର ବଡସୁଆଳ ଗାଁର ଅଜିତ ସାହୁ ନାମକ ଜଣେ ଯବାନ ସହିଦ ହୋଇଛନ୍ତି । ଆର୍ମି କ୍ୟାମ୍ପରୁ ଅଜିତଙ୍କ ବାପାଙ୍କ ପାଖକୁ ଫୋନ୍ କଲ୍ ଆସିଛି । ସହିଦ ଯବାନ ଅଜିତ ସାହୁ ୨୦୧୫ରେ ସେନାରେ ଯୋଗ ଦେଇଥିଲେ   ।

ଅନନ୍ତନାଗରେ ସୁରକ୍ଷା କର୍ମୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ମଙ୍ଗଳବାର ସକାଳୁ ଜାରି ରହିଥିବା ଗୁଳି ବିନିମୟରେ ଜଣେ ଯବାନ୍ ସହିଦ୍ ହୋଇଯାଇଛନ୍ତି ଏବଂ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୋଲିସ୍ ସୁଚନା ମୁତାବକ ଜଣେ ଆତଙ୍କବାଦୀ ଏବେ ବି ଉକ୍ତ ଅଞ୍ଚଳର ଏକ ଘରେ ଲୁଚି ରହିଛନ୍ତି । ସବୁ ଆତଙ୍କବାଦୀ ପାକିସ୍ତାନର ଆତଙ୍କୀ ଗୁଟ୍ ଜୈସ୍-ଏ-ମହମ୍ମଦର ସଦସ୍ୟ ହୋଇଥିବା ନେଇ ମଧ୍ୟ ସୂଚନା ମିଳୁଛି । ଆତଙ୍କବାଦୀ ଅଞ୍ଚଳରେ ଲୁଚି ଥିବା ନେଇ ସୁରକ୍ଷାବଳ ସର୍ଚ୍ଚ ଅପରେସନ୍ ଜାରୀ କରିଛନ୍ତି ।

publive-image

ସୁଚନା ଅନୁସାରେ ପ୍ରଥମେ ଆତଙ୍କବାଦୀ ଯବାନଙ୍କ ଉପରକୁ ଫାୟାରିଙ୍ଗ୍ କରିଥିଲେ ।ସୋମବାର ଆତଙ୍କବାଦୀମାନେ ପୁଲୱାମାରେ ସେନାର ଏକ ବାହନକୁ ଆଇଇଡି ଜରିଆରେ ଟାର୍ଗେଟ୍ କରିଥିଲେ ,ଯେଉଁଠାରେ ଗତଥର ଫେବୃୟାରୀ ମାସରେ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ସିଆରପିଏଫ୍ ଗାଡି ଉପରକୁ ଟାର୍ଗେଟ୍ କରିଥିଲେ । ଏହି ଧମାକାରେ ଭାରତର ୪୦ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ସୋମବାର ହୋଇଥିବା ଆକ୍ରମଣରେ ୬ ଯବାନଙ୍କ ସମେତ ୨ ଜଣ ନାଗରିକ ଆହତ ହୋଇଥିଲେ । ଏହାଛଡା ସୋମବାର ଅନନ୍ତନାଗରେ ହୋଇଥିବା ଫାୟାରିଙ୍ଗରେ ଜଣେ ମେଜର୍ ସହିଦ୍ ହେବା ସହ ୩ ଜଣ ଯବାନ ଆହତ ହୋଇଥିଲେ । କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ୍ ସିଂହ ଏବଂ ସେନା ପ୍ରମୁଖ ଜେନେରାଲ୍ ବିପିନ୍ ରାୱତ୍ ମେଜର୍ ସହିଦ୍ କେତନ୍ ଶର୍ମାଙ୍କୁ ମଙ୍ଗଳବାର ଶ୍ରଦ୍ଧାଞ୍ଜଳୀ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe