ଢାକା : ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବଜେନ୍ଦ୍ର ବିଶ୍ବାସ । ଏହି ଘଟଣା ସେହି ମୈମନସିଂ ଜିଲ୍ଲାରେ ଘଟିଛି ଯେଉଁଠାରେ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ଏକ ଜନତା ପିଟି ପିଟି ହତ୍ୟା କରିଥିଲେ । ଗତ ଦଶ ଦିନ ମଧ୍ୟରେ ବାଂଲାଦେଶରେ ୩ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଗଲାଣି। କିଛିଦିନ ପୂର୍ବେ ଅମୃତ ମଣ୍ଡଳଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରେ ଦାଦାବଟି ଆଦାୟ ଅଭିଯୋଗ ହୋଇଥିଲା।

Advertisment

ଆହୁରି ପଢନ୍ତୁ : T20 World Cup : ଇଂଲଣ୍ଡ ଦଳ ଘୋଷଣା, ଫେରିଲେ ଜୋଫ୍ରା

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଜେନ୍ଦ୍ରଙ୍କୁ ତାଙ୍କ ସହକର୍ମୀ ନୋମାନ ମିଆଁ ଗୁଳିକରି ହତ୍ୟା କରିଛନ୍ତି । ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଥିଲେ ବି ପୁଲିସ ବିଳମ୍ବରେ ଏହି ଘଟଣାର ସୂଚନା ଦେଇଛି । ଉଭୟ ଭାଲୁକା ଉପଜିଲ୍ଲାର ଲାବିବ ଗ୍ରୁପ୍ ପୋଷାକ କାରଖାନା ସୁଲତାନ ସ୍ୱେଟର୍ସ ଲିମିଟେଡରେ ସୁରକ୍ଷାକର୍ମୀଭାବେ କାମ କରୁଥିଲେ । ପୁଲିସ ନୋମାନକୁ ଗିରଫ କରିଛି। ବଜେନ୍ଦ୍ର ଅନସାର ନାମକ ସିକ୍ୟୁରିଟ ସଂସ୍ଥାର କର୍ମଚାରୀ ଥିଲେ। କାରଖାନାକୁ ସୁରକ୍ଷା ଦେବା ପାଇଁ କୋଡ଼ିଏ ଜଣ ଅନସାର ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା।

ଆହୁରି ପଢନ୍ତୁ : Bhayera Ghoomr Waterfall: ଅବହେଳିତ ଅବସ୍ଥାରେ ଭଏଁରା ଘୁମର ଜଳପ୍ରପାତ

ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବଜେନ୍ଦ୍ର ଏବଂ ନୋମାନ କାରଖାନାରେ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତ ଥିଲେ ଏବଂ କାରଖାନା ଭିତରେ ଥିବା ଅନସାର ବାରାକରେ ରହୁଥିଲେ। ଉଭୟ କଥାବର୍ତ୍ତା କରୁଥିବାବେଳେ ହଠାତ୍ ନୋମାନ ବଜେନ୍ଦ୍ରଙ୍କ ଆଡ଼କୁ ବନ୍ଧୁକ ଦେଖାଇଲା। କୁହାଯାଉଛି ଯେ ସେ ମଜା କରୁଥିଲେ, କିନ୍ତୁ ଟ୍ରିଗର ଚିପିହୋଇଯିବାରୁ ଗୁଳିଚାଳନା ହୋଇଥିଲା ।