ହାୱାଇର ହନୋଲୁଲୁ ପୂର୍ବ ପ୍ରାନ୍ତରେ ଉଡୁଛି ଆଉ ଗୋଟାଏ ବିରାଟ ଧଳା ବେଲୁନ୍‌: ରିପୋର୍ଟ

Advertisment
ହାୱାଇର ହନୋଲୁଲୁ ପୂର୍ବ ପ୍ରାନ୍ତରେ ଉଡୁଛି ଆଉ ଗୋଟାଏ ବିରାଟ ଧଳା ବେଲୁନ୍‌: ରିପୋର୍ଟ

Image Courtesy of MailOnline

ନୂଆଦିଲ୍ଲୀ: ରବିବାର ଅପରାହ୍ଣରେ ପଶ୍ଚିମ ଆମେରିକୀୟ ପ୍ରଦେଶ ହାୱାଇ ଅନ୍ତର୍ଗତ ହନୋଲୁଲୁର ଠିକ୍‌ ପୂର୍ବ ପ୍ରାନ୍ତକୁ ପ୍ରାୟ ୫୦୦ ମାଇଲ୍‌ ଦୂରରେ ଗୋଟାଏ ବିରାଟ ଧଳା ବେଲୁନ୍‌ ଉଡୁଥିବା କଥା ରାଡାର୍‌ରେ ଦେଖିଛନ୍ତି ବୋଲି କେତେକ ବିମାନଚାଳକ କହିଛନ୍ତି ବୋଲି ବିଭିନ୍ନ ଗଣମ‌ାଧ୍ୟମ ରିପୋର୍ଟ କରିଛନ୍ତି।

ପ୍ରାୟ ୫୦୦୦ ଫୁଟ୍‌ ଉଚ୍ଚରେ ଉକ୍ତ ବେଲୁନ୍‌ଟି ଉଡୁଥିବା କଥା ପାଇଲଟ୍‌ମାନେ କହିଛନ୍ତି ବୋଲି କେତେଗୁଡ଼ିଏ ରିପୋର୍ଟକୁ ଭିତ୍ତି କରି ‘ଦି ସନ୍‌’ ମଧ୍ୟ ରିପୋର୍ଟ କରିଛି।

publive-image Image Courtesy of The Sun

କିନ୍ତୁ, ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ ଏବଂ ଆମେରିକାର ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଏହି ରିପୋର୍ଟ ସବୁକୁ ସୁନିଶ୍ଚିତ କରିନାହାନ୍ତି। ଉଡ଼ନ୍ତା ବସ୍ତୁଟି କ’ର ଓ ଜନସାଧରଣଙ୍କ ପ୍ରତି ଏହା କୌଣସି ସମ୍ଭାବ୍ୟ ବିପଦର କାରଣ ହେବ କି, ନାହିଁ, ତାହା ମଧ୍ୟ ଜଣାପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ପ୍ରଥମେ ଆମେରିକା ଆକାଶରେ ଗୋଟାଏ ‘ସ୍ପାଏ ବେଲୁନ୍‌’ ଦେଖାଯିବା ପରେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଆଦେଶକ୍ରମେ କ୍ଷେପଣାସ୍ତ୍ର ପ୍ରୟୋଗ କରି ତାହାକୁ ଖସାଇ ଦିଆଇଥିଲା। ତା’ପରେ ପରେ ଆଉ କେତୋଟି ଉଡ଼ନ୍ତା ବସ୍ତୁ ମଧ୍ୟ କାନଡା ସୀମାନ୍ତ ଓ ଆମେରିକା ଆକାଶରେ ଉଡୁଥିବା ଦେଖାଯାଇଥିଲା। ସେଗୁଡ଼ିକୁ ମଧ୍ୟ ଆମେରିକାର ଲଢୁଆ ବିମାନ କ୍ଷେପଣାସ୍ତ୍ର ନି‌କ୍ଷେପ କରି ନଷ୍ଟ କରିଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe