The New Indian Express
ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସକୁ ପୁଣି ଏକ ଝଟ୍କା ଲାଗିଛି। ବରିଷ୍ଠ ବିଧାୟକ ଭଗବାନ ବରାଡ଼ ବୁଧବାର ଦିନ କଂଗ୍ରେସ ବିଧାୟକ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଗିର ସୋମନାଥ ଜିଲ୍ଲାର ତଲଲା ଆସନକୁ ପ୍ରତିନିଥିତ୍ବ କରୁଥିବା ବରାଡ଼ ବିଜେପିରେ ଯୋଗ ଦେବେ। ବରାଡ଼ ବୁଧବାର ଦିନ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁରଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି।
ଗାନ୍ଧୀନଗରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବରାଡ଼ କହିଛନ୍ତି, ସମର୍ଥକମାନଙ୍କ ସହ କଥାବାର୍ତ୍ତା କରିବାପରେ ସେ ଦଳ ଛାଡ଼ିବାପାଇଁ ନିଷ୍ପତ୍ତି ନେଇଛନ୍ତି । ବିନା କୌଣସି ସର୍ତ୍ତରେ ସେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବରିଷ୍ଠ କଂଗ୍ରେସ ବିଧାୟକ ଏବଂ ଆଦିବାସୀ ନେତା ମୋହନସିଂହ ରଥବା ଗତକାଲି କଂଗ୍ରେସର ବିଧାୟକ ଭାବେ ଏବଂ ଦଳୀୟ ସଦସ୍ୟ ଭାବେ ଇସ୍ତଫା ଦେଇଥିଲେ। ପ୍ରମୁଖ ଆଦିବାସୀ ନେତା ରଥବା ୧୦ ଥର ବିଧାୟକ ହୋଇଛନ୍ତି। ଏବେ ସେ କେନ୍ଦ୍ରୀୟ ଗୁଜରାଟର ଛୋଟା ଉଦୟପୁର ନିର୍ବାଚନମଣ୍ଡଳିକୁ ପ୍ରତିନିଧିତ୍ବ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ଏବଂ ୫ ତାରିଖରେ ଗୁଜରାଟରେ ୨ଟି ପର୍ଯ୍ୟାୟରେ ଭୋଟ୍ ହେବ। ଡିସେମ୍ବର ୮ରେ ଫଳାଫଳ ଆସିବ।
Follow Us