ବାବା ସିଦ୍ଦିକିଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ଆହତ  ହୋଇଛନ୍ତି ଜଣେ ଯୁବକ

ସିଦ୍ଦିକିଙ୍କ ଉପରେ ଗୁଳିମାଡ଼ ହେବା ସମୟରେ ‌ଉକ୍ତ ରାସ୍ତା ହେଇ ଯାଉଥିବା ଅନ୍ୟ ଜଣେ ଯୁବକ ବି ଏହାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି। ତାଙ୍କ ଗୋଡ଼ରେ ବାଜିଛି ଗୁଳି।

ଅଦ୍ୟତନ ହୋଇଛି
ମୀ


ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗତ ଶନିବାର ‌ଗୁଳି କରି ହତ୍ୟା କରାଯାଇଛି। ମୁମ୍ବାଇର ବାନ୍ଦ୍ରା ଇଷ୍ଟ ଅଞ୍ଚଳରେ ସିଦ୍ଦିକି ତାଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକି ସହିତ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଏହି ଗୁଳିକାଣ୍ଡର ଶିକାର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲେ ହେଁ ସିଦ୍ଦିକି ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। 

ତେବେ ସିଦ୍ଦିକିଙ୍କ ଉପରେ ଗୁଳିମାଡ଼ ହେବା ସମୟରେ ‌ଉକ୍ତ ରାସ୍ତା ହେଇ ଯାଉଥିବା ଅନ୍ୟ ଜଣେ ଯୁବକ ବି ଏହାର ଶିକାର ହୋଇଥିବା ଖବର ମିଳିଛି। ଉକ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରଯାଇଛି। 

ବାବା ସିଦ୍ଦିକିଙ୍କ ସହିତ ଯେଉଁ ବ୍ୟକ୍ତିଙ୍କୁ ଗୁଳି ବାଜିଥିଲା ତାହାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ସମୟରେ ବାବା ସିଦ୍ଦିକିଙ୍କ ଉପରେ ଗୁଳିମାଡ଼ ‌ହେଲା ଉକ୍ତ ବ୍ୟକ୍ତି ଜଣକ ସେହି ରାସ୍ତା  ଦେଇ ଯାଉଥିବାରୁ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେ ଯନ୍ତ୍ରଣାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ନିକଟରେ ଥିବା ଏକ ରାମମନ୍ଦିର ନିକଟରେ ବସାଇଥିଲେ। ଏହାପରେ ଚିକିତ୍ସା ପାଇଁ ଭାଭା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବାବା ସିଦ୍ଦିକିଙ୍କ ହତ୍ୟା ମାମଲାକୁ ନେଇ ପୁଲିସ ଓ କ୍ରାଇମବ୍ରାଞ୍ଚ ନିଜନିଜର  ଯାଞ୍ଚ ତୀବ୍ର କରି ଦେଇଛନ୍ତି। ଏଯାବତ ପୁଲିସ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଅଭିଯୁକ୍ତ ଶିବ କୁମାର ଏବେ ବି ଫେରାର ଅଛି। ପୁଲିସ ଉକ୍ତ ଅଭିଯୁକ୍ତକୁ ଧରିବା ପାଇଁ ଯାଞ୍ଚ ଜାରି ରଖିଛି। ଗୁରମେଲ ସିଂହ, ଧର୍ମରାଜ କଶ୍ୟପ ଓ ଶିବ କୁମାର ବାବା ସିଦ୍ଦିକିଙ୍କ ଉପରେ କରାଯାଇଥିବା ଗୁଳିମାଡ଼ ଘଟଣାରେ ସାମିଲ ଅଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe