ଆଉ ଜଣେ ପଂଜାବ କୃଷକଙ୍କ ହୃଦ୍‌ଘାତ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

Advertisment
ଆଉ ଜଣେ ପଂଜାବ କୃଷକଙ୍କ ହୃଦ୍‌ଘାତ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭ ଛୁଇଁଲା

Jagran English

ନୂଆଦିଲ୍ଲୀ : ଦିଲ୍ଲୀର ଟିକ୍‌ରି ସୀମା ଆନ୍ଦୋଳନ ସ୍ଥଳରେ ଗତରାତିରେ ଜଣେ ପଂଜାବ କୃଷକଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି। ପଂଜାବ ଭାଟିଣ୍ଡା ସ୍ଥିତ ଲାଲିଆନା ଗ୍ରାମର ଏହି ୫୭ ବର୍ଷୀୟ କୃଷକଙ୍କ ନାମ ଲଖବୀର ସିଂହ। ନଭେମ୍ବର ୨୬ରେ ଲଖବୀର ଅନ୍ୟ କୃଷକମାନଙ୍କ ସହ ଦବ୍‌ୱାଲିରୁ ଯାଇ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ। ସେ ମଧ୍ୟ ଗତ ସେପ୍ଟେମ୍ବରରେ ବାଦଲ୍‌ ଗ୍ରାମରେ ହୋଇଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ। ତେବେ ଗତରାତିରେ ତାଙ୍କର ହୃଦ୍‌ଘାତ‌ରେ ମୃତ୍ୟୁ ହୋଇଯାଇଛି। ଲଖବୀର ସିଂହ କୃଷକ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଥିଲେ । କୃଷକ ସଂଗଠନ ପକ୍ଷରୁ ଲଖବୀରଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି ହୋଇଛି।

ଲଖବୀରଙ୍କ ସମେତ ଦିଲ୍ଲୀ ସୀମାରେ ଆନ୍ଦୋଳନ ସମୟରେ ମୋଟ୍‌ ୭ ଜଣଙ୍କ ମୃତ୍ୟୁ ‌ହୋଇଛି। ପୂର୍ବରୁ ଜଣେ ୩୨ ବର୍ଷୀୟ କୃଷକ ବରଜିନ୍ଦର ସିଂହଙ୍କର କୁରୁକ୍ଷେତ୍ର ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ କୃଷକ ଦିଲ୍ଲୀ ଅଭିମୁଖେ ଗସ୍ତ କରୁଥିବାବେଳେ ଭିୱାନିରେ ଦୁର୍ଘଟଣା‌ରେ ପ୍ରାଣ ହାରିଥିଲେ। ୬୦ ବର୍ଷୀୟ ମେକାନିକ୍‌ ଜନକ ରାଜଙ୍କର ଟିକ୍‌ରି ସୀମ‌ା ନିକଟରେ ମୃତ୍ୟୁ ହୋଇଥିଲା। ସେ କାର୍‌ରେ ଶୋଇଥିବା ସମୟରେ କାର୍‌ରେ ନିଆଁ ଲାଗିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କୃ ବୁଧବାର ଦିନ ମାସ୍‌ନା ଜିଲ୍ଳାର ୬୦ ବର୍ଷୀୟ ଗୁରଜନ୍ତ ସିଂହ ଏବଂ ମୋଗାର ଗୁରୁବଚନ ସିଂହଙ୍କର ମଧ୍ୟ ଆନ୍ଦୋଳନ ସମୟରେ ହୃଦ୍‌ଘାଟନ ଯୋଗୁଁ ମୃତ୍ୟୁ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe