କୃଷ୍ଣ ସାଗରରେ ରୁଷ୍‌ର ଆଉ ଏକ ଯୁଦ୍ଧପୋତ ଧ୍ବଂସ

Advertisment

ୟୁକ୍ରେନ୍‌ର ଦାବି: ଡ୍ରୋନ୍‌ ଆକ୍ରମଣରେ ନଷ୍ଟ କରିଛୁ, ଆମେରିକା ସହାୟତାରେ ଆକ୍ରମଣ ହୋଇଥିବା ସନ୍ଦେହ

ୟୁକ୍ରେନ୍‌ର ଦାବି: ଡ୍ରୋନ୍‌ ଆକ୍ରମଣରେ ନଷ୍ଟ କରିଛୁ, ଆମେରିକା ସହାୟତାରେ ଆକ୍ରମଣ ହୋଇଥିବା ସନ୍ଦେହ

କୃଷ୍ଣ ସାଗରରେ ରୁଷ୍‌ର ଆଉ ଏକ ଯୁଦ୍ଧପୋତ ଧ୍ବଂସ

କିବ୍‌ : ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବା ରୁଷ୍‌ ସେନାକୁ କୃଷ୍ଣ ସାଗରରେ ପୁଣି ଏକ ବଡ଼ ଝଟ୍‌କା ମିଳିଛି। ରୁଷ୍‌ର ବି‌ଶାଳ ଯୁଦ୍ଧପୋତ ମୋସ୍କଭାର ଜଳସମାଧି ପରେ ଆଉ ଏକ ଯୁଦ୍ଧପୋତ ‘ମକାରୋଭ୍‌’ କୃଷ୍ଣସାଗରରେ ବୁଡ଼ିଯାଇଛି। ରୁଷ୍‌ର ଏହି ଅତ୍ୟାଧୁନିକ ଯୁଦ୍ଧପୋତ ଉପରେ ୟୁକ୍ରେନ୍‌ର ସଫଳ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ଏହି ଯୁଦ୍ଧପୋତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ କିଛି ଘଣ୍ଟା ମଧ୍ୟରେ ସମୁଦ୍ରରେ ବୁଡ଼ିଯାଇଥିଲା। ଆମେରିକା ସହାୟତାରେ ଏହି ଯୁଦ୍ଧପୋତକୁ ଠାବ କରି ସଠିକ୍‌ ଟାର୍ଗେଟ୍‌ କରିବାରେ ୟୁକ୍ରେନ୍‌ ସଫଳ ହୋଇଥବା କୁହାଯାଉଛି ।

୫୦୦ ନିୟୁତ ଡଲାର ମୂଲ୍ୟର ଏହି ଯୁଦ୍ଧପୋତ ମାତ୍ର ୫ ବର୍ଷ ତଳେ ରୁଷ୍‌ ନୈସେନାରେ ସାମିଲ ହୋଇଥିଲା। ଓଡ଼େଶାର ସ୍ନେକ୍‌ ଆଇଲାଣ୍ଡ୍‌ରୁ ଡ୍ରୋନ୍‌ରୁ ଛଡ଼ାଯାଇଥିବା ଏକ ମିସାଇଲ୍‌ ରୁଷ୍‌ର ମକାରୋଭ୍‌ ଯୁଦ୍ଧପୋତକୁ ନଷ୍ଟ କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ମୋସ୍କଭା ପରେ କୃଷ୍ଣସାଗରରେ ମକାରୋଭ୍‌ ଦ୍ବିତୀୟ ଶକ୍ତିଶାଳୀ ଯୁଦ୍ଧପୋତ ଭାବେ ମୁତୟନ ଥିଲା ଏବଂ ୟୁକ୍ରେନ୍‌ର ବନ୍ଦର ସହରଗୁଡ଼ିକୁ ଟାର୍ଗେଟ୍‌ କରିବାରେ ପ୍ରମୁଖ ଭୂମିକା ନେଉଥିଲା। ୟୁକ୍ରେନ୍ ନୌସେନାର ଜଣେ ଅଧିକାରୀ କହିଛନ୍ତି, ‘ସମୁଦ୍ର ଦେବତା ୟୁକ୍ରେନ୍‌ର ଅପରାଧୀଙ୍କ ଉପରେ ପ୍ରତିଶୋଧ ନେଉଛି ଏବଂ ଏହାର ଗୋଟିଏ ପରେ ଗୋଟିଏ ଯୁଦ୍ଧପୋତ ବରବାଦ ହେଉଛି ।’ ଏହି ଘଟଣା ପରେ ରୁଷ୍‌ ଓଡ଼େଶା ଉପରେ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe