ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ : ୪ ଜଣଙ୍କ ଜୀବନ ଗଲା

ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ  । ୱିକୋସିନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସର ପାଲଟା ଗୁଳିରେ ଆତତାୟୀର ଜୀବନ ମଧ୍ୟ ଯାଇଛି।

america

ୱାଶିଂଟନ୍‌: ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ  । ୱିକୋସିନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି  । ପୁଲିସର ପାଲଟା ଗୁଳିରେ ଆତତାୟୀର ଜୀବନ ମଧ୍ୟ ଯାଇଛି  । ଏକ ପ୍ରାଇଭେଟ୍‌ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ଏହି ସ୍କୁଲରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ  ଶିକ୍ଷାଦାନ କରାଯାଇଥାଏ । ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍‌ କରି ତଦନ୍ତ କରୁଛି ପୁଲିସ।

ସ୍କୁଲ ପିଲା ଓ କତ୍ତୃପକ୍ଷଙ୍କୁ ସ୍କୁଲରୁ ବାହାର କରାଯାଇଛି। ତେବେ କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ ।  ଆମେରିକାରେ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଛୋଟ ପିଲାଙ୍କ ସମେତ ସାଧାରଣ ବ୍ୟକ୍ତି ଏହାର ଶିକାର ହେଉଛନ୍ତି । ଏହାକୁ ନେଇ ଚାରିଆଡ଼େ ଉଦବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ରୋକିବାକୁ କଠୋର ଆଇନ ପ୍ରଣୟନ ହେଉ ନ ଥିବାରୁ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe