କୋଟାରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା: ଚଳିତ ବର୍ଷର ୨୧ତମ ମାମଲା

Advertisment

ରାଜସ୍ଥାନର କୋଟା ଜିଲ୍ଲାରେ  ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ଗତକାଲି ଆତ୍ମହତ୍ୟା କରିଛନ୍ତି।

ରାଜସ୍ଥାନର କୋଟା ଜିଲ୍ଲାରେ  ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ଗତକାଲି ଆତ୍ମହତ୍ୟା କରିଛନ୍ତି।

ବିଷ ଖାଇ ଆଇନ ଛାତ୍ରଙ୍କ ଆତ୍ମହତ୍ୟା

କୋଟା: ରାଜସ୍ଥାନର କୋଟା ଜିଲ୍ଲାରେ  ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ଗତକାଲି ଆତ୍ମହତ୍ୟା କରିଛନ୍ତି। ଗତବର୍ଷ ରାଜ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା  କରିଥିବା ବେଳେ  ଚଳିତ ବର୍ଷର ଏହା ୨୧ତମ ଘଟଣା।  କୋଟାରେ ଚଳିତ ବର୍ଷ ୧୯ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଦେଖିବାକୁ ମିଳିଥିବା ବେଳେ  ସିକର ଓ ଜୟପୁରରେ ଜଣେ ଲେଖାଏଁ ଛାତ୍ର ଆତ୍ମହତ୍ୟା କରିଛନ୍ତି।

 ଜବାହର ନଗର ଥାନା ଅଧିକାରୀ ହରି ନାରାୟଣ ଶର୍ମା କହିଛନ୍ତି, ଏହି ଛାତ୍ର ଜଣକ ଏପ୍ରିଲ ମାସରେ କୋଟାରେ ପହଞ୍ଚି  ରାଜୀବ ଗାନ୍ଧୀ ନଗର ଅଞ୍ଚଳରେ ଥିବା ଏକ ହଷ୍ଟେଲରେ ରହୁଥିଲେ। ଶନିବାର ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଖବର ପାଇ ହଷ୍ଟେଲ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।  ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ପୁଲିସ କହିଛି। ଘଟଣାସ୍ଥଳରେ ଫରେନ୍‌ସିକ ଯାଞ୍ଚ ମଧ୍ୟ ହୋଇଛି।  ଛାତ୍ରଙ୍କ ପିତାମାତାଙ୍କୁ  ଏ ନେଇ ତୁରନ୍ତ ଖବର ଦିଆଯାଇଥିଲା ବୋଲି ଶର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe