ଦୁଇ ସପ୍ତାହ ମଧ୍ୟରେ ତୃତୀୟ ଘଟଣା: ମା’ ରାଗିବାରୁ ଆତ୍ମହତ୍ୟା କଲେ ଆଉ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ

Advertisment
ଦୁଇ ସପ୍ତାହ ମଧ୍ୟରେ ତୃତୀୟ ଘଟଣା: ମା’ ରାଗିବାରୁ ଆତ୍ମହତ୍ୟା କଲେ ଆଉ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ

ndtv

ଚେନ୍ନାଇ: ପୁଣି ତାମିଲନାଡୁରେ ଆତ୍ମହତ୍ୟା କଲେ ଆଉ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ। ଏହାକୁ ମିଶାଇ ତାମିଲନାଡୁରେ ଗତ ଦୁଇ ସପ୍ତାହ ମଧ୍ୟରେ ୩ଜଣ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିସାରିଛନ୍ତି। ପୂର୍ବରୁ ୨ଜଣ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ପୁଣି ଥରେ ସେଭଳି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମା’ଙ୍କ ଗାଳି କରିଥିବାରୁ ଛାତ୍ରୀଜଣକ ରାଗିଥିଲେ ଏବଂ ଏହା ‌ତାଙ୍କ ଆତ୍ମହତ୍ୟା ପଛର କାରଣ ହୋଇପାରେ ବୋଲି ସନ୍ଦେହ କରୁଛି ପୁଲିସ। ଏବେ ପୁଲିସ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରାଜ୍ୟରେ ଏତେ କମ ସମୟ ବ୍ୟବଧାନରେ ତୃତୀୟ ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟଲିନ ଆତ୍ମହତ୍ୟା ଚିନ୍ତାଧାରାକୁ ଏଡ଼ାଇବାକୁ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି।

ତେବେ ଏହା ପୂର୍ବରୁ ତାମିଲନାଡ଼ୁର କାଲ୍ଲାକୁରିଚି ସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ତାମିଲନାଡୁରେ ହିଂସା ଆରମ୍ଭ ହୋଇଥିଲା। ଛାତ୍ରୀକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନକାରୀମାନେ ସ୍କୁଲ୍‌ ପରିସରରେ ପଶି ବ୍ୟାପକ ଭଙ୍ଗାରୁଜା ଏବଂ ପୋଡ଼ାଜଳା କରିବା ସହ ସ୍କୁଲ୍‌ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ଶତାଧିକ ସଂଖ୍ୟାରେ ମୃତକଙ୍କ ସମ୍ପର୍କୀୟ ସ୍କୁଲ ପରିସରରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ପରେ ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାର ସେକ୍ରେଡ୍ ହାର୍ଟ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏହି ଦୁଇଟି ଘଟଣା ପରେ ଏବେ ଏହି ତୃତୀୟ ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe