୧୧୯ ବେଆଇନ ପ୍ରବାସୀଙ୍କୁ ନେଇ ଆସୁଛି ଆଉ ଏକ ବିମାନ

ଆମେରିକାରୁ ୧୧୯ ଜଣ ବେଆଇନ ପ୍ରବାସୀଙ୍କୁ ନେଇ ଏକ ବିମାନ ଶନିବାର ରାତିରେ ଅମୃତସର ବିମାନବନ୍ଦରରେ ଅବତରଣ କରିବ। ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଏହା ଦ୍ବିତୀୟ ଥର ପାଇଁ ଭାରତୀୟମାନଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଉଛି।

bb

ନୂଆଦିଲ୍ଲୀ: ଆମେରିକାରୁ ୧୧୯ ଜଣ ବେଆଇନ ପ୍ରବାସୀଙ୍କୁ ନେଇ ଏକ ବିମାନ ଶନିବାର ରାତିରେ (ଫେବ୍ରୁଆରି ୧୫, ୨୦୨୫) ଅମୃତସର ବିମାନବନ୍ଦରରେ ଅବତରଣ କରିବ। ଗତ ମାସରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଏହା ଦ୍ବିତୀୟ ଥର ପାଇଁ ଭାରତୀୟମାନଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଉଛି। ଶନିବାର ରାତି ପ୍ରାୟ ୧୦ଟା ରେ ବିମାନଟି ବିମାନବନ୍ଦରରେ ପହଞ୍ଚିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଏହି ୧୧୯ ଜଣ ବେଆଇନ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ୧୦୦ ଜଣ ପଞ୍ଜାବ ଓ ହରିୟାଣାର। ଏଥିରେ ପଞ୍ଜାବର ୬୭, ହରିୟାଣାର ୩୩, ଗୁଜୁରାଟର ୮, ଉତ୍ତରପ୍ରଦେଶରୁ ୩, ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନର ୨ ଜଣ ଲେଖାଏଁ ଏବଂ ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରର ଜଣେ ଲେଖାଏଁ ଅଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଆଇନ ଭାରତୀୟ ପ୍ରବାସୀଙ୍କ ଦ୍ବିତୀୟ ଗୋଷ୍ଠୀରେ ୪ ଜଣ ମହିଳା ଓ ୨ ଜଣ ନାବାଳକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ୬ ବର୍ଷର ନାବାଳିକା। ଅଧିକାଂଶ ଦେଶାନ୍ତରକାରୀଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ। ଫେବ୍ରୁଆରି ୧୬ ତାରିଖରେ ମୋଟ ୧୫୭ ଜଣ ଙ୍କୁ ନେଇ ତୃତୀୟ ବିମାନ ଆସିବ ବୋଲି ଜଣାପଡ଼ିଛି।

ତେବେ ବେଆଇନ ପ୍ରବାସୀଙ୍କୁ ନେଇ ଆସୁଥିବା ଆମେରିକୀୟ ବିମାନ ସବୁବେଳେ ଅମୃତସରରେ ଓହ୍ଲାଉଥିବାରୁ ତାହାକୁ ବିରୋଧ କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe